Home ଓଡ଼ିଶା ପାଇକସାହି ମହାଦେବ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ନିକଟସ୍ଥ ପାଇକସାହି ଗ୍ରାମର ମହାଦେବ ପୂଜା କମିଟି ପକ୍ଷରୁ ଶାରଦୀୟ ଦଶହରା ପର୍ବ ଅବସରରେ ଏକ ସମ୍ବର୍ଦ୍ଧନା ସଭା ପୂଜା କମିଟିର ସଭାପତି ଦିଲିପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂଜା କମିଟିର ସଂପାଦକ ଆଡ଼ଭୋକେଟ ନଳୀନ ସ୍ୱାଇଁ ସଭା ପରିଚାଳନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଚରଣ ଦାସ , ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନିମେଇଁ ଚରଣ ଲେଙ୍କା , ସଂପାଦକ ସୁରେନ୍ଦ୍ର ମହାପାତ୍ର, କାଶିନାଥ ମଲ୍ଲିକ, ପୂର୍ବତନ କର୍ପୋରେଟର ତଥା କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ଆଡ଼ଭୋକେଟ ଉମାକାନ୍ତ ନନ୍ଦ, କର୍ପୋରେଟର ଲିପସା ନାୟକ , କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ , ଡାହାଳିଆବାଗ ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ର , ପୂର୍ବତନ କର୍ପୋରେଟର ତଥା ସଂପାଦକ କୌଶିକ ଜେନା, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ ଶତପଥି, ନବୀନ ଓଝା ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଲେ ଯେ, କଟକ ସହର ଭାଇଚାରାର ସହର । ଏଠି ବିଭିନ୍ନ ପର୍ବପର୍ବାଣିରେ ପ୍ରତ୍ୟେକ ପୂଜା କମିଟି ବିଭିନ୍ନ ପୂଜା କମିଟିର ସଭାପତି ,ସଂପାଦକ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଏକତ୍ରିତ କରି ସମ୍ବର୍ଦ୍ଧିତ କରିବା ସହିତ ଭାଇଚାରା ସୁଦୃଢ କରିଥାଏ । ଏଥିରୁ ପାଇକସାହି ବାଦ ନପଡି ବିଭିନ୍ନ ପୂଜା, ପର୍ବ ପର୍ବାଣୀ ସମୟରେ ଆଖପାଖ ଗ୍ରାମର ମୁରବୀ ଏବଂ ବରିଷ୍ଠ ନାଗରିକ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ଗ୍ରାମ୍ୟ କମିଟିର ସଭାପତି, ସଂପାଦକ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ଭାଇଚାରାକୁ ସୁଦୃଢ କରିଆସୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଦଶହରା ପର୍ବର ଅଷ୍ଟମୀରେ ନିମନ୍ତ୍ରିତ ଅତିଥି, ଗ୍ରାମ୍ୟ କମିଟିର ସଭାପତି,ସଂପାଦକ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରଯାଇଥିଲା । ଶେଷରେ ଆଞ୍ଚଳିକ ଶାନ୍ତି କମିଟିର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ଶେଷରେ ଦଶହରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପାଇକସାହି ଯୁବକ ସଂଘର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026