ନିଆଳି ମହାବିଦ୍ୟାଳୟ ,ପ୍ରାଣୀ ବିଜ୍ଞାନ ବିଭାଗର ଅନୁସ୍ଥାପନ କାର୍ଯ୍ୟକ୍ରମ

୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲାର ସର୍ବପୁରାତନ ନିଆଳି ମହାବିଦ୍ୟାଳୟ+୩ ପ୍ରଥମ ବର୍ଷ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ର/ ଛାତ୍ରୀଙ୍କ ନିମିତ୍ତ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଉତ୍ସବକୁ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପବିତ୍ର କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରି ଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିନୋଦ ବିହାରି ଦାସ ଏହି ସଭାରେ ସଭାପତିତ୍ବ କରିଥିଲେ ।

ଏହି ଉସବରେ ଅଧ୍ୟକ୍ଷ ପ୍ରାଣୀ ବିଜ୍ଞାନ ବିଭାଗ ଲଗାତାର ୫ ଥର ଶ୍ରେଷ୍ଠ ସ୍ନାତକ ହୋଇଥିବାରୁ ବିଭାଗୀୟ ମୁକ୍ଷ୍ୟ ଓ ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଛାତ୍ର / ଛାତ୍ରୀ ମାନଙ୍କୁ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁରୁ ସ୍ଵାଗତ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡ଼ ସତ୍ୟ ନାରାୟଣ ସାହୁ ପ୍ରାଣୀ ବିଜ୍ଞାନ ବିଭାଗର ସ୍ୱତନ୍ତ୍ରତା , ଇତିହାସ,ପାଠ୍ୟ ଖସଡ଼ା ଓ ପାଠ୍ୟ କ୍ରମର ବିଭିନ୍ନ ଦିଗ ସମ୍ବନ୍ଧରେ ଅବଗତ କରାଇ ଥିଲେ ।

ଏହି ଉତ୍ସବରେ ସୈକ୍ଷିକ ଅଧିକାରୀ ଭୀମସେନ ନାୟକ ଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପ୍ରାଣୀ ବିଭାଗ ଦ୍ଵାରା କରାଯାଉଥିବା କାର୍ଯ୍ୟକ୍ରମର ଭୂୟଂସି ପ୍ରଶଂସା କରିଥିଲେ। ପାଠ ସମ୍ପାଦକ ସର୍ଫରାଜ ଖାଁ ସଂପାଦକୀୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ସହ ସମ୍ପାଦିକା ସ୍ଵାତୀ ମିଶ୍ର ସଭା ସଂଯୋଜନା କରିଥିଲେ । ରିଶେଷରେ ଅଧ୍ୟାପିକା ପ୍ରିୟା ଦର୍ଶିନି ଲେଙ୍କା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଫକିର ମୋହନ ଧଳ,ଅଧ୍ୟାପକ ଜିତେନ୍ଦ୍ର କୁମାର ସାହୁ ଓ ରାମେଶ୍ବର ମହାନ୍ତି ପ୍ରଭୃତି ଉପସ୍ଥିତି ରହି ମତ ଵ୍ୟକ୍ତ କରିଥିଲେ ।

Exit mobile version