୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତାଲୁକ୍ ଆଇନ୍ ସେବାକମିଟି ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ମାନସିକ ସ୍ୱାସ୍ଥ ଓ ଯତ୍ନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀ ତାଲୁକ୍ ଆଇନ୍ ସେବା କମିଟି ଅଧ୍ୟକ୍ଷ ତଥା ସିନିୟର ଡିଭିଜନ୍ ସିଭିଲଜଜ୍ ସୁଧୀର କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଓ ଯତ୍ନ ସଂପର୍କରେ କହିଥିଲେ । ମାନସିକ ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା କରାଗଲେ ସେମାନେ ଭଲ ହେବା ସହିତ ପୁନର୍ବାର ମୁଖ୍ୟଶ୍ରୋତରେ ସେମାନେ ସାମିଲ୍ ହୋଇପାରିବେ । ରୋଗୀମାନଙ୍କୁ ତୃଣମୂଳ ସ୍ତରରେ ଚିହ୍ନଟ କରାଯାଇ ଚିକିତ୍ସା କରାଯିବା ଆବଶ୍ୟକ ଏବଂ ମାନସିକ ସ୍ୱାସ୍ଥ୍ୟ ହେଉଛି ମାନବିକ ଅଧିକାର ବୋଲି ସିଭିଲ୍ ଜଜ୍ କହିଥିଲେ ।
