ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ର ବିଭିନ୍ନ ସ୍ଥାନ ଚଢ଼ାଉ ୭୦ ଲିଟର ଚୋରା ଦେଶୀ ମଦ ଜବତ ୨ଗିରଫ

୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବାଙ୍କୀ  :-> ଗୁରୁବାର କଟକ ଜିଲ୍ଲା ଅବକାରୀ ନିରୀକ୍ଷକ କରୁଣା ଶଙ୍କର ତିୱାରି ଙ୍କ ନିର୍ଦ୍ଧେଶ କ୍ରମେ ଆଠଗଡ ଅବକାରୀ ଉପ ଅଧିକ୍ଷକ ନିମାଇଁ ସ୍ୱାଇଁ ଓ ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟ ରଞ୍ଜନ ମାଝୀ ଙ୍କ ତତ୍ୱାବଧାନ ରେ ଏକ ଅବକାରୀ ଦଳ ବାଙ୍କୀ ର ବିଭିନ୍ନ ଅଞ୍ଚଳ ଚଢ଼ାଉ କରିଥିଲା । ଅବକାରୀ ଦଳ ବାଙ୍କୀ ବ୍ଲକ ଘୋଳପୁର ଅଞ୍ଚଳ ରୁ ଅନନ୍ତ ବେହେରା (୩୫) ଠାରୁ ୩୦ ଲିଟର ଦେଶୀ ଚୋରା ମଦ ଜବତ କରିଥିଲେ।ଏଥି ସହ ଏକ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଟିମ ଡମପଡା ବ୍ଲକ ଡମପଡା ଅଗ୍ନିଶମ ବିଭାଗ ଅଫିସ ରାସ୍ତା ରେ ଏକ ନୀଳ ରଙ୍ଗ ର ହିରୋହୋଣ୍ଡା ମଟର ସାଇକେଲ ଓଡି୦୫ଏଏସ୦୫୮୫ ଗାଡି କୁ ଗୋଡ଼ାଇ କାବୁ କରି ଉକ୍ତ ଗାଡି କୁ ତନଖି କରିଥିଲେ।

ଅବକାରୀ ବିଭାଗ ତନଖି ସମୟରେ ଉକ୍ତ ଗାଡି ରୁ ୪୦ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଆଲୋକ ବେହେରା କୁ ଗିରଫ କରିଥିଲେ। ସୂଚନା ଯୋଗ୍ୟ ଆଲୋକ ଘୋଳପୁର ଅଞ୍ଚଳ ର। ଅବକାରୀ ବିଭାଗ ଅନନ୍ତ ଚରଣ ବେହେରା ଏବଂ ଆଲୋକ ବେହେରା ଙ୍କୁ ଗିରଫ କୋଟ ଚାଲାଣ କରିଥିଲେ । ଏଥିସହ ବିଭାଗ ଉକ୍ତ ହିରୋହୋଣ୍ଡା ଗାଡି କୁ ଅଟକ ରଖିଥିବା ବାଙ୍କୀ ଅବକାରୀ ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।
ଏହି ଚଢ଼ାଉ ରେ ବାଙ୍କୀ ଅବକାରୀ ଏସାଇ ନିର୍ମଳ କୁମାର ବେହେରା, ଶଙ୍କର ସିଂ, ପୂର୍ଣ୍ଣ ମାଝୀ, ରାଜଶ୍ରୀ ବେହେରା, ବିଶ୍ଵନାଥ ସୋରେନ ସାମିଲ ଥିଲେ।

Exit mobile version