ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଦେଶବ୍ୟାପୀ ମାତ୍ର ୨୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି ଜନଷୌଧୀ କେନ୍ଦ୍ରରେ ସାନିଟାରୀ ନାକିନ ମାତ୍ର ୧ ଟଙ୍କାରେ ମିଳୁଥିବାରୁ ସାଧାରଣ ଗରିବ ମହିଳାମାନେ ଏହାର ଲାଭ ଉଠାଇ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ ଅଗଷ୍ଟ ୧୫ ତାରିଖ ଦିନ ୭୪ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗରିବ ଝିଅ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଶସ୍ତାରେ ସାନିଟାରୀ ନାପକିନ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମୋଦି ସରକାର ଦେଶବ୍ୟାୀ ୬ ହଜାରରୁ ଅଧିକ ଜନଷୌଧୀ କେନ୍ଦ୍ରରେ ୫ କୋଟିରୁ ଅଧିକ ସାନିଟାରୀ ନାକିନ ମାତ୍ର ୧ ଟଙ୍କାରେ ଉପଲବ୍ଧ କରାଇଛନ୍ତି । ମୋଦି ସରକାର ସଦାସର୍ବଦା ମହିଳାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଗୁରୁତ୍ୱ ଦେଇ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ବିଜେି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରୁ ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଥିଲେ । ଏହି ଅଭିାନରେ ସାଧାରଣ ଜନତା ସାମିଲ ହୋଇ ସ୍ୱଚ୍ଛ ପରିବାର, ସ୍ୱଚ୍ଛ ଗାଁ ଏବଂ ସ୍ୱଚ୍ଛ ଭାରତ ଗଠନ ଦିଗରେ ଏକ ବଡ ଯୋଗଦାନ ଦେଇଥିଲେ । ଆଉ ଏବେ ଅଗଷ୍ଟ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଜୀ ମହିଳା ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆଉ ଏକ ଆହ୍ୱାନ ଦେଇଛନ୍ତି । ପ୍ରତି ଘରେ ଝିଅ ଏବଂ ମହିଳାମାନେ ସେମାନଙ୍କର ଋତୁସ୍ରାବ ସମୟରେ ସାନିଟାରି ନାପକିନ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମାଂଚଳରେ ୧୨ ପ୍ରତିଶତ ମହିଳା ଏବଂ ସହରାଚଂଳରେ ୫୦ ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି । ଦେଶବ୍ୟାୀ ମାତ୍ର ୨୦ପ୍ରତିଶତ ମହିଳା ସାନିଟାରି ନାପକିନ ବ୍ୟବହାର କରୁଛନ୍ତି । ବାକି ମହିଳାମାନେ ସାନିଟାରି ନାପକିନ ବ୍ୟବହାର କରୁନଥିବା କାରଣରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ।
ଏହା ଦ୍ୱାରା ଆଗାମୀ ଦିନରେ ସର୍ଭାଇକାଲ କ୍ୟାନସର ହେବାର ଆଶଙ୍କା ରହିଛି । ଏଣୁ ଆମେ ସମସ୍ତେ ଏହି ଅଭିଯାନ ରେ ସାମିଲ ହୋଇ ଏହାକୁ ଏକ ଆନ୍ଦୋଳନର ରୂ ଦେବା ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଜନଷୌଧୀ କେନ୍ଦ୍ରରେ ସାନିଟାରୀ ନାକିନ ମାତ୍ର ୧ ଟଙ୍କାରେ ମିଳୁଥିବାରୁ ସାଧାରଣ ଗରିବ ମହିଳାମାନେ ଏହାର ଲାଭ ଉଠାଇ ନିଜ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିାରିବେ । ଏହି ଅଭିାନ ପ୍ରତି ଘରେ ପ୍ରତି ମହିଳାଙ୍କ ପାଖରେ ପହଂଚାଇବା ଦରକାର । ଏହି ଅଭିାନରେ ଘରର ମୁରବୀ ତଥା ପୁରୁଷ ମାନେ ସାମିଲ ହୋଇ ମହିଳାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସାନିଟାରି ନାପକିନ ଯୋଗାଇ ଦେବାର ସଂକଳ୍ପ ନିଅନ୍ତୁ ବୋଲି ଡ.ସାମନ୍ତସିଂହାର ଆହ୍ୱାନ ଦେଇଛନ୍ତି ।
