୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଆବାହନ କାଳରୁ ଅବହେଳିତ ଓ ପଛୁଆ ଅଞ୍ଚଳ ର ମାନ୍ୟତା ପାଇଥିବା ଗ୍ରାମ ଟି ହେଲା ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଡଭାର l ଉକ୍ତ ଗ୍ରାମର ଭୌଗଳିକ ସ୍ଥିତି ଦେଖିଲେ ଅନୁମାନ କରିହେବ ଗ୍ରାମର ସ୍ଥିତି କିପରି ହୋଇଥିବ l ଉଭୟ ପାର୍ଶ୍ଵ ରେ ଏକାଧିକ ନଦୀ ପ୍ରବାହିତ ହେଉଥିବାରୁ ବର୍ଷା ସମୟରେ ଜଳମଗ୍ନ ହୋଇରହିଥାଏ l ଉକ୍ତ ଗ୍ରାମବାସୀ ମାନେ ସଦାସର୍ବଦା ଅନ୍ୟର ସହାୟତା ର ଅପେକ୍ଷା ରେ ରହିଥାନ୍ତି ।ଅନେକ ବର୍ଷ ପୂର୍ବର କଥା ଡଭାର ବାସୀ ଙ୍କ ସମସ୍ୟା ଦେଖି ଏକ ମିସିନାରୀ ସଂସ୍ଥା ପ୍ରଥମେ ସହାୟତା ର ହାତ ବଢ଼ାଇଥିଲେ l କିନ୍ତୁ ତାଙ୍କର ଲକ୍ଷ ଥିଲା ଭିନ୍ନ । ଏହା ବେଶ ଅନୁଭବ କରିଥିଲେ ସେତବେଳେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ l
