୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପବିତ୍ର ଗୋପବନ୍ଧୁ ଜୟନ୍ତୀ ଅବସରରେ ଦି ମିରର ଅନୁଷ୍ଠାନ ଓ କଂଶୋର୍ଟୀୟମ ଫର ଇକୋଲୋଜିକାଲ ସିକୁରିଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜେ୍ମେଣ୍ଟ ର ମିଳିତ ଉଦ୍ୟମ ରେ ପୁରୀ ସଦର ବ୍ଲକ ଅଧିନସ୍ଥ କାଶିହରିପୁର ର ଗ୍ରାମପଞ୍ଚାୟତ ର ଆଳିକିଆ ଗ୍ରାମ ରେ ଜାମୁକୋଳି, ବଉଳକୋଳି, ଝାଉଁ, ନିମ୍ବ ଓ ତାଳ ଗଛ ଆଦି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତମାନ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ନିମନ୍ତେ ତାଳ ଚାରା ଲଗେଇବା ନିହାତି ଜରୁରୀ, ଜଳବାୟୁ ର ପରିପର୍ତ୍ତନ ପାଣିପାଗ ର ଅନିୟମିତତା ବର୍ତମାନ ଆମ ପାଇଁ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି ।

