୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର। ଗୁରୁବାର ଶକ୍ତିପୀଠ ମାନଙ୍କରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବାବେଳେ ମଣ୍ଡପ ଗୁଡିକରେ ଆରମ୍ଭ ହୋଇଛି ମହାସପ୍ତମୀ ପୂଜା। କନ୍ଧମାଳ ଜିଲ୍ଲାର ବାଲିଗୁଡା, କୋଟଗଡ, ଜି.ଉଦୟଗିରି, କ.ନୂଆଗାଁ, ରାଇକିଆ, ସମେତ ସମଗ୍ର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଗତ ସନ୍ଧ୍ୟାରେ ମା’ ଙ୍କ ବିଲ୍ବ ବରଣ ପୂଜା ଅନୁଷ୍ଠିତ ହେବା ପରେ ଗୁରୁବାର ଠାରୁ ୪ ଦିନିଆ ଶାରଦୀୟ ମହା ପାର୍ବଣ ଆରମ୍ଭ ହୋଇଛି। ଟାଉନର ମା’ପାଟଖଣ୍ଡା ଦୁର୍ଗାପୂଜା ସମିତି,

