Home ଓଡ଼ିଶା ମା ଜଗତ ଜନନୀଙ୍କ ନବରାତ୍ର ପୂଜା ଅବସରରେ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ତଥା ମା-ଜଗତ ଜନନୀଙ୍କ ନବରାତ୍ର ପୂଜା ଅବସରରେ ସମଗ୍ର ସହର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଛି । ମାଆ’ଙ୍କ ନବରାତ୍ର ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ମାନଙ୍କରେ ପୂଜାର୍ଚ୍ଚନା ଚାଲିଛି । ସହରରେ ୭୦ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ବଡ଼ ବ୍ରାହ୍ମଣ ସାହି ଓ ଖଞ୍ଜା ସାହିରେ ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗା ପୂଜା ଅତି ଧୁମଧାମରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ସେହିଭଳି ବିଭିନ୍ନ ଶକ୍ତି ପୀଠରେ ଅଧିଷ୍ଠାତ୍ରୀ ଦେବୀ ମାଆ ଦଣ୍ଡା ମାଲାମ୍ମା ଓ ନିଲାମା ମନ୍ଦିର ପୀଠ ମାନଙ୍କରେ ମାଆଙ୍କ ଏହି ନବରାତ୍ର ପୂର୍ଜାର୍ଚ୍ଚନା ସହ ଚଣ୍ଡୀପାଠ , ହୋମ ମହାପୂଜା ଓ ଆଳତି ପ୍ରଭୃତି କାର୍ଯ୍ୟକ୍ରମ ଚାଲିଛି ଓ ଏହା ପ୍ରତିଦିନ ଏହି କାର୍ଯ୍ୟକ୍ରମ ଜାରୀ ରହିବ । ସମଗ୍ର ସହର ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସଂପୃକ୍ତ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ମହିଳା , ଯୁବତୀ ଓ କିଶୋରୀ ମାନଙ୍କ ମଧ୍ୟରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ଦାଣ୍ଡିଆ ନୃତ୍ୟ ବେଶ୍ ମନଲୋଭା ଓ ଆକୃଷ୍ଟ ହୋପାରିଛି । ଏହା ପ୍ରତିଦିନ ସନ୍ଦ୍ୟାରୁ ରାତ୍ର ପର୍ୟ୍ୟ ଚାଲିରହୁଛି । ଏହି ଡାଣ୍ଡିଆ ନୃତ୍ୟ ଦେଖିବା ପାଇଁ ପ୍ରବଳ ଭି ପରିଲକ୍ଷିତ ହେଉଛି । ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡ଼ିକ ସଂପୃକ୍ତ ପୂଜାକମିଟି ମାନଙ୍କ ପକ୍ଷରୁ ଆକର୍ଷଣୀୟ ଭାବେ ବିଭିନ୍ନ ତୋରଣ , କଲାକୁଞ୍ଜ ପ୍ରଦର୍ଶନ କରାଯିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରିଛନ୍ତି । ପୂଜା ମଣ୍ଡପ ଓ ଶକ୍ତି ପୀଠ ମାନଙ୍କରେ ପାରମ୍ପରିକ ରୀତିନୀତି ପ୍ରକାରେ ମାଆ ଙ୍କ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସେହିଭଳି ସହରର ଅନ୍ୟ ଏକ ଶକ୍ତିପୀଠ ଶ୍ରୀ ବାସବୀ କନ୍ୟକା ପରମେଶ୍ୱରୀ ମନ୍ଦିରରେ ପୂଜା ପାଉଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ନବରାତ୍ର ପୂଜା ଅବସରରେ ପ୍ରତିଦିନ ୩୦୦ ରୁ ଅଧିକ ମହିଳା ଏକତ୍ରିତ ହୋଇ ମାତ୍ର ୨ଘଣ୍ଟା ପାଇଁ କୁମ କୁମ , ଅଳତା ,ସିନ୍ଦୂର , ହଳଦିଆ ଚାଉଳ , କ୍ଷୀର , ପଞ୍ଚାମୃତ , ଦୀପ ଧୂପ , ଚନ୍ଦନ , ଫୁଲ ଫଳମୂଳ ଦେଇ ଦେବୀ ପାଠ ସହ ପୂଜାର୍ଚ୍ଚନା କରିବା ଦେଖା ଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ ଗୁଡିକରେ ପୋଲିସ ମୃତାୟନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ by Proprietor Abhimanyu Maharana October 2, 2026 ଲାଇନ ପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ; ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ by Proprietor Abhimanyu Maharana October 1, 2026 ଗୌରମଣି ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଭଜନ ସମାରୋହ by Proprietor Abhimanyu Maharana October 1, 2026 ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 1, 2026 ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026