Home ଓଡ଼ିଶା ଗଜପତି ଜିଲ୍ଲାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> କଥାରେ ଅଛି ଝିଅ ବଞ୍ଚିଲେ ସୃଷ୍ଟି ରହିବ । ଏହାର ତାତ୍ପର୍ଯ୍ୟ ହେଲା ଯଦି ଝିଅଟିକୁ ଜନ୍ମ ଦେବା, ଜନ୍ମ ପରେ ଉଚିତ୍ ମାନର ଶିକ୍ଷା, ପୃଷ୍ଟିକର ଖାଦ୍ୟ ଏବଂ ସମ୍ମାନ ପାଇବ ତେବେ ସେ ଦେଶ ଗଢିବାରେ ସହାୟକ ହେବ। ଏହି ଉକ୍ତିଟିକୁ ଅବ୍ୟାହତ ରଖିବା ନିମନ୍ତେ ଆଜି ଗଜପତି ଜିଲ୍ଲାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ କନ୍ୟା ମାନଙ୍କ ନିମନ୍ତେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରିଥିଲେ । ପରେ ଶ୍ରୀ ଦାଶ ଉପସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିଶୁକନ୍ୟାମାନଙ୍କୁ ଅଭିନନ୍ଦନ କରିବା ସହ ସେମାନଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗିକୃତ ହୋଇଥିବା କହିଥିଲେ । ଯଦି ଶିଶୁକନ୍ୟାମାନେ ନିଜର ଲକ୍ଷ୍ୟ ରଖି କାର୍ଯ୍ୟ କରିବେ ତାହା ହେଲେ ସେମାନେ ନିଶ୍ଚୟ ଭଲ ମଣିଷ ହେବା ସହ ଦେଶ ଗଢ଼ିବାରେ ସହାୟକ ହେବେ ।ସମ୍ମାନିତ ଅତିଥି ରୁପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ ଯୋଗଦେଇ ସମସ୍ତ ଶିଶୁ କନ୍ୟା କିପରି ସରକାରଙ୍କର ବିଭିନ୍ନ ଯୋଜନାରେ ଯୋଡ଼ି ହୋଇ ନିଜର ଲକ୍ଷ୍ୟ ରେ ଆଗକୁ ଯିବେ ତାହା ଭଗବାନଙ୍କ ପାଖରେ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶିଶୁକନ୍ୟାମାନେ ଜିଲ୍ଲାପାଳଙ୍କ ସହ ମିଶି କେକ୍ କାଟିଥିଲେ ଏବଂ ଜିଲ୍ଲାପାଳ ଶିଶୁମାନଙ୍କ କେକ୍ ଖୁଆଇଥଲେ । ଏହି ଅବସରରେ ଜିଲ୍ଲାରେ ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ଦିଗରେ ସ୍ବେଚ୍ଛାକୃତ ଭାବେ କାମ କରିଆସୁଥିବା 6 ଜଣ ମହିଳା ଯଥା ଶ୍ରୀମତୀ ଅନୀତା ଦାସ, ରା.ଉଦୟଗିରି, ସୁଶ୍ରୀ ମିନତୀ ପାଢ଼ୀ, ସୋବରା, ଶ୍ରୀମତି ଅନୀତା ନାୟକ, ମୋହନା, ଶ୍ରୀମତୀ ନିର୍ମଳା ପଟ୍ଟନାୟକ, ରା.ଉଦୟଗିରି, ଶ୍ରୀମତୀ ପି. ସୁନିତା, ପାରଳାଖେମୁଣ୍ଡି ଏବଂ ସୁଶ୍ରୀ ସରୋଜିନୀ ରଇତ, ପାରଳାଖେମୁଣ୍ଡି ଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।ଏହି ଉଦ୍ଦେଶ୍ୟରେ ସଭାଗୃହ ରେ ଉପସ୍ଥିତ ସମସ୍ତ ଶିଶୁ କନ୍ୟା ଏବଂ କର୍ମଚାରୀ ଆଗାମୀ ଦିନରେ ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଦେବା ନିମନ୍ତେ ଶପଥ ପାଠ କରିଥିଲେ । ପରବର୍ତ୍ତି ମୁହୁର୍ତ୍ତରେ ଜିଲ୍ଲାପାଳ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଯାଇ ସଦ୍ୟ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମାଁ ମାନଙ୍କୁ ବେବିକିଟ୍, ପ୍ରମାଣପତ୍ର ଦେବା ସହ ଚକୋଲେଟ୍ ପ୍ରଦାନ କରିଥିଲେ ଯାହାକି ସେମାନେ ନିଜର ଅଞ୍ଚଳରେ ଯାଇ ବାଣ୍ଟିବେ ।ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ମହେନ୍ଦ୍ର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଏକ୍ସନ ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶେଷ ଦେବ ଏବଂ ଜିଲ୍ଲା ଶିଶୁ ସରୁକ୍ଷା ୟୁନିଟ୍, ଉତ୍କଳ ବାଳାଶ୍ରମ ଏବଂ ଚାଇଲ୍ଡ଼ ହେଲ୍ପ ଲାଇନ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026