ଖୋର୍ଦ୍ଧା ରେ ଗଠନ ହେଲା ଆଣ୍ଟି ନାର୍କୋଟିକ୍ସ ସ୍କାର୍ଡ

୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ରେ ଗଠନ ହେଲା ଆଣ୍ଟି ନାର୍କୋଟିକ୍ସ ସ୍କାର୍ଡ ।  ସାବାଡ ହେବେ ନିଶା ବେପାରୀ। ଗଠନ ହେଲା ଆଣ୍ଟି ନାର୍କୋଟିକ୍ସ ସ୍କ୍ବାଡ। ଡିଲ ବେଳେ ମାଡି ବସିଲା ପୋଲିସ । ୨ଗିରଫ, 40ଗ୍ରାମ ବ୍ରାଉନସୁଗାର ଜବତ। Khordha ଖୋର୍ଦ୍ଧା ସହରକୁ ନିଶା ମୁକ୍ତ ପାଇଁ ଜିଲା Anti Narcotic Team ଗଠନ କରାଯାଇଛି । ଏହାର ହେଲ୍ପଲାଇନ ନମ୍ବର 94389 16517 କରିଛନ୍ତି ଏସପି । ଏହି ଟିମକୁ ମିଳିଛି ପ୍ରଥମ ସଫଳତା ।

ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରୁଣେଇ ରାସ୍ତା ଶାଗୁଆନ ଜଙ୍ଗଲ ରେ ବ୍ରାଉନସୁଗାର କାରବାର ବେଳେ ମାଡ଼ି ବସିଲା ପୋଲିସ । ଦୁଇଜଣ ନିଶା ମାଫିଆ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୪୦ଗ୍ରାମ ବ୍ରାଉନସୁଗାର, ନଗଦ ୬ହଜାର ଟଙ୍କା, ମୋବାଇଲ, ବାଇକ୍ ଜବତ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।

 

Exit mobile version