୧୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଷ୍ଟୋର୍କୁ ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍ଘାଟନ କରିଛନ୍ତି । ଏହି ଗ୍ରାଣ୍ଡ୍ ଓପ୍ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ ।
