ଢେଙ୍କାନାଳରେ ପୌରାଞ୍ଚଳ ୧୦ନଂ ୱାର୍ଡ଼ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ,୩୬ ନୂଆ ଚିହ୍ନଟ , ୬୩ ସୁସ୍ଥ

ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୩୬ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଗତ କିଛି ଦିନ ଧରି ପୌରାଞ୍ଚଳର ୧୦ନଂ ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଜିଲ୍ଲାପାଳ ପୌରାଞ୍ଚଳର ଦେବକନ୍ୟା ହୋଟେଲ ଛକ ଠାରୁ ପୋଲିସ ରିଜର୍ଭ ଲାଇନ୍ ଏବଂ ଦକ୍ଷିଣକାଳୀ PWD ରାସ୍ତାର ଉଭୟ ପାର୍ଶ୍ବ ଅଞ୍ଚଳକୁ ଆସନ୍ତା ୨୧ ଶୁକ୍ରବାର, ୭୨ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନ୍ ଏ ସି ରୁ ୨୨, ବ୍ଳକର ମାଣିପୁରରୁ ୨, କାମାକ୍ଷାନଗର NAC ରୁ ୨, ଗନ୍ଦିଆ ବ୍ଳକ କରମୁଳରୁ ୨, ଯୋରାନ୍ଦାରୁ ୨, ଢେଙ୍କାନାଳ

ମୁନିସିପାଲିଟି ଦକ୍ଷିଣକାଳୀରୁ ୨, ସଦର ବ୍ଲକ ଦେପଡାରୁ ୨, ଏବଂ ସାଙ୍କୁଲେଇରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜଣେ ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବାବେଳେ ୩୩ ଜଣ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ ଓ ଗୋବିନ୍ଦପୁର ହେଲଥ୍ ସେଣ୍ଟରକୁ ପଠାଯାଇଛି । ସେମାନେ ରହୁଥିବା ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ଜିଲ୍ଲାରେ ଆଉ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ୯୫୯ ଜଣ ଆକ୍ରାନ୍ତ ଚିହ୍ନଟ ଥିବାବେଳେ ୬୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୩ ଜଣ ଚିକିତ୍ସାଧୀନ ଅଛନ୍ତି । (ରିପୋର୍ଟ,ଅମର ରଞ୍ଜନ ଦାସ)

Exit mobile version