ଆଇଜିଏମ କଲେର ଓଡ଼ିଆ ସମ୍ମାନ ବିଭାଗରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ବ୍ୟାସନଗର ପୌରପରିଷଦର ଦଳ ସ୍ଥିତ ଇନ୍ଦିରା ଗାନ୍ଧି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ପାଳନ କରାଯାଇଥିଲା । ଏନେଇ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତ ସଭାପତିତ୍ବ କରି ପ୍ରଥମେ ଗୋପବନ୍ଧୁଙ୍କ ତୈଳଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଦାସେ ଆପଣେଙ୍କ ଜୀବନଚର୍ଯ୍ୟା ଉପରେ ବକ୍ତବ୍ୟ ରଖୁଥିଲେ । ଅତିଥିଭାବେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଯୋଗଦେଇ ପଣ୍ଡିତ ଉତ୍କଳମଣି ଗୋବପନ୍ଧୁ ଦାସ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ଅନୁଷ୍ଠାନ ବୋଲି କହିଥିଲେ ।
