Home ଓଡ଼ିଶା ପ୍ରାକ୍ତନ ଶିକ୍ଷକ ଙ୍କ ଦ୍ଵାଦଶାହ ସ୍ମୃତି ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତ ଅଧୀନ ଆଙ୍କୁଲା ଗ୍ରାମର ବିଶିଷ୍ଟ ପ୍ରାକ୍ତନ ଶିକ୍ଷକ ତଥା ସମାଜସେବୀ ସ୍ବର୍ଗତ ଧନେଶ୍ଵର ପ୍ରଧାନ ଙ୍କ ବିୟୋଗ ଜନିତ ଦ୍ଵାଦଶାହ ସ୍ମୃତି ସଭା ଆଙ୍କୁଲା ସ୍ଥିତ ତାଙ୍କର ବାସଗୃହ ରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ତଥା ସପ୍ତଫେଣୀ ପତ୍ରିକା ର ସମ୍ପାଦକ ଗୋପୀନାଥ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କାଳିଜାଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ପଞ୍ଚୁପଲ୍ଲୀ ଭୀମ ବଳବନ୍ତରାୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳ, ଚିଲିକା ର ପ୍ରାକ୍ତନ ଉପାଧ୍ୟକ୍ଷ ଉତ୍ପଳ କୁମାର ପାଇକରାୟ, ପ୍ରାକ୍ତନ ଶିକ୍ଷକ ତଥା ନାଟ୍ୟକାର ଗୋପବନ୍ଧୁ ଶତ୍ରୂଶଲ୍ୟ, ପ୍ରାକ୍ତନ ଶିକ୍ଷକ ବୈକୁଣ୍ଠ ନାଥ ପାଇକରାୟ,ସୁଦାମ ଚରଣ ସାମନ୍ତସିଂହାର, କୁଳମଣି ବାରିକ, ଚତୁର୍ଭୁଜ ହାଇସ୍କୁଲ,ସମ୍ ପୁରର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ ଶିକ୍ଷକ ଙ୍କ ବହୁବିଧ ପ୍ରତିଭା ର ସ୍ମୃତି ଚାରଣ କରି ଥିଲେ । ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ମଙ୍ଗରାଜ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ସ୍ବର୍ଗତ ଶିକ୍ଷକ ଙ୍କ ସୁପୁତ୍ର ଦିଲ୍ଲୀପ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026