ସପ୍ତମୀରେ ମା’ରାମଚଣ୍ଡୀଙ୍କ ସିଂହ ବାହୀନି ବେଶ

୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପାର୍ବଣରେ ସମସ୍ତ ଶକ୍ତି ପୀଠ ଚଳ ଚଞଳ ହେବା ସହ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ଅବସରରେ କୋଣାର୍କର ଅଧିଷ୍ଠାତ୍ରୀ ମା ରାମଚଣ୍ଡୀଙ୍କ ବିଶେଷ ପୂଜା ଅନୁଷ୍ଟିତ ହୋଇଯାଇଅଛି । ବୁଧବାର ଦିନ ମା ‘ ଙ୍କ ସପ୍ତମୀ ପୂଜାରେ ସିଂହବାହିନୀ ରୂପରେ ଦର୍ଶନ ଦେଇଥିବା ଦେଖିବାକୁ ମିଳିଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ମୂଳାଷ୍ଟମୀ ଭାବେ ପାଳନ କରାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ୟ୍ୟନ୍ତ ସମସ୍ତ ମାତୃଶକ୍ତି ପୀଠରେ ବିଧି ଅନୁଯାୟୀ ସ୍ଵତନ୍ତ୍ର ରୀତି ନୀତିରେ ମା’ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ ।

ଅନ୍ୟ ଦିନମାନଙ୍କ ଅପେକ୍ଷା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ୧୫ ଦିନ ଧରି ଚାଲିଥାଏ ଷୋଡ଼ଶ ଉପଚାର ପୂଜା । ଷୋଳ ପୂଜାରେ ମାଙ୍କର ପ୍ରତ୍ୟେକ ଦିନରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହିତ ପ୍ରତ୍ୟେକ ଦିନ ବିଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମା ‘ ଙ୍କ ପୀଠରେ ଚଣ୍ଡୀ ପାଠ ହେବା ସହିତ ସ୍ବତନ୍ତ୍ର ରୀତିନୀତିରେ ପୂଜା ଅନୁଷ୍ଟିତ ହେଉଥିବା ଜଣାପଡିଛି ।

Exit mobile version