ଜିଲ୍ଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରଂଭ ପଦ୍ମଙ୍କ ଆଗମନରେ ଚଳ ଚଂଚଳ ଜିଲ୍ଲା ବିଜେଡି ସଂଘଠନ

୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଫୁଲବାଣୀ :-> ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ପୁଣି ସକ୍ରିୟ ହେବାପାଇଁ ଅଣ୍ଟା ଭିଡିଛି | ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ଆଜି ସଭ୍ୟ ସଂଗ୍ରହ ଅଭିଯାନ ଭିଡିଓ କନଫରେନସି ମାଧ୍ୟମରେ ଦଳର ମୁଖିଆ ନବୀନ ପଟନାୟକ ପ୍ରଥମେ ସଦସ୍ୟତା ଗ୍ରହଣ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ l ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ପୂର୍ବତନ ମନ୍ତୀ ପଦ୍ମନାଭ ବେହେରା ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ l ଯାହାକୁ ନେଇ ଜିଲ୍ଲା ବିଜେଡିରେ ହଇଚଇ ସୃଷ୍ଟି ହୋଇଛି |

ପଦ୍ମନାଭଙ୍କ ଆଗମନରେ ଚଳଚଞ୍ଚଳ କନ୍ଧମାଳ ବିଜୁ ଜନତା ଦଳ ଦୀର୍ଘଦିନପରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା କନ୍ଧମାଳ ଜିଲ୍ଲା ଆଗମନୀରେ ଜିଲ୍ଲାରେ ସୁଷୁପ୍ତ ଥିବା ବିଜେଡି କର୍ମୀ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି | କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାତଟି ବିଧାୟକ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲିଗୁଡା ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ଛାଡି ଦେଲେ କନ୍ଧମାଳ ବିଜୁ ଜନତା ଦଳ ଫୁଲବାଣୀ, ବୌଦ୍ଧ, କଣ୍ଟାମଲ, ଓ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସମସ୍ତ ବିଧାୟକ ପ୍ରାଥୀ ଓ ସାଂସଦ ପ୍ରାଥୀ ଶୋଚନୀୟ ଭାବେ ପରାଜିତ ହୋଇଥିଲେ |

କନ୍ଧମାଳଜିଲ୍ଲାରେ ଦଳ ହାରିଯାଇଥିବା ଯୋଗୁଁ କର୍ମୀ ମହଲରେ ଏକ ପ୍ରକାର ନିରୁତ୍ସାହିତ ଭାବ ଦେଖିବାକୁ ମିଳିଥିଲା l ଆଜିର କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଯଥା ; ପୂର୍ବତନ ବିଧାୟକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା, ପୂର୍ବତନ ବିଧାୟକ ଡୁଗୁନି କହଁର, ଜିଲ୍ଲାସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର, ବରିଷ୍ଠ ନେତା କମଳା କାନ୍ତ ପାଣ୍ଡେ , ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବରିଷ୍ଠ ଆଇନୀଜୀବୀ ପ୍ରତାପ ପାତ୍ର, ଶିବପ୍ରସାଦ ତ୍ରିପାଠୀ, ପୂର୍ବତନ ମହିଳା ସଭାନେତ୍ରୀ ପୁନମ କହଁର, ଫୁଲବାଣୀ ମୁନିସିପାଲିଟି ଅଧକ୍ଷା ଶ୍ରୀମତୀ ପାୟଲ ବେହେରା, ସମସ୍ତ ବ୍ଲକର ଦଳୀୟ ଚେୟାରମ୍ୟାନ,  ପୂର୍ବତନ ଚେୟାରମ୍ୟାନ, ଉପାଧକ୍ଷା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା , ସମସ୍ତ ବ୍ଲକ ସଭାପତି, ପଞ୍ଚାୟତ ସଭାପତି ତଥା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଜୟଶ୍ରୀ କହଁର,

ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା , ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର, ସମେତ ଦଳର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦାନ କରି ସଭ୍ୟ ସଂଗ୍ରହ ଅଭିଯାନ ରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ସହିତ ଫୁଲବାଣୀ ମୁନିସିପାଲିଟିରେ ହେବାକୁ ଥିବା ଅଧକ୍ଷା ଉପନିର୍ବାଚନରେ ଦଳକୁ ବିଜୟ କରି ଆଗାମୀ ତ୍ରିସ୍ତରୀୟ ପଂଚାୟତରାଜ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ, ସମସ୍ତ ନେତା କର୍ମି ଓ ଜନସାଧାରଣ ଙ୍କର ବିଜୁ ଜନତା ଦଳ ଓ ନେତା ନବୀନ ପଟନାୟକଙ୍କ ପ୍ରତି ଏବେବି ଅକୁଣ୍ଟ ଭଲପାଇବା ସମର୍ଥନ ରହିଛି ତେଣୁ ଦଳୀୟ ନେତା କର୍ମୀ ଯଦି ନିଷ୍ଠାର ସହିତ କାର୍ଯ୍ୟକ୍ରମ କରିବେ ତାହେଲେ ଦଳ ପୁଣି ସବୁ କ୍ଷେତ୍ରରେ ବିଜୟୀ ହୋଇପାରିବ ବୋଲି ମଂଚାସୀନ ବକ୍ତା ମାନେ ପ୍ରକାଶ କରିଥିଲେ l

Exit mobile version