ଢେଙ୍କାନାଳ ରାଇତଳା ପଞ୍ଚାୟତରେ ୧୦ ଲକ୍ଷ ଟଙ୍କାର ଦୁର୍ନୀତି, ପାଣିରେ ପଡିଲା ପ୍ରକଳ୍ପ

ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ଗୋଟିଏ ପଟେ ଗରିବ ଚାଷୀଟିଏ କ୍ଷେତରେ ପାଣି ମୁନ୍ଦେ ପାଇବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ବହୁ ପ୍ରକଳ୍ପ ମାନ ତିଆରି କରୁଥିବାବେଳେ ଅନ୍ୟପଟେ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଏହାକୁ ନେଇ ଠିକାଦାର ସହ ମିଶି ଖାଇ ଯାଉଛନ୍ତି କୋଟି କୋଟି ଟଙ୍କା। ପାଣିରେ ପଡୁଛି ପ୍ରକଳ୍ପ । ଯାହାକି ଚାଷୀଙ୍କ ମୁଣ୍ଡରେ ପଡୁଛି ଚଡ଼କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ରାଇତଳା ପଞ୍ଚାୟତରେ । ପ୍ରକଳ୍ମ ଭାଙ୍ଗିଯାଇଛି କିନ୍ତୁ ପାଖରେ ଫଳକ ଅଛି ।

ଫଳକରୁ ଯାହା ଜଣାପଡ଼ୁଛି, ମନରେଗା ଯୋଜନାରେ ନିର୍ମିତ ଚୁଆବାହାଳୀ ଠୁ ଚବକା ଫିଲ୍ଡ ଚ୍ୟାନେଲ । ପ୍ରକଳ୍ପ ଅଟକଳର ପରିମାଣ ୧୦ ଲକ୍ଷ ଟଙ୍କା । ଗତ ୧୬ ଜାନୁଆରୀରେ କାମ ଆରମ୍ଭ ହୋଇଥିଲା । ସରୋଜ କୁମାର ଦଳେଇ ନାମକ ଅଧିକାରୀ ଏହାର ତଦାରଖ କରିଥିଲେ । ଫଳକରେ ପ୍ରକଳ୍ପରେ ବ୍ୟବହୃତ ସରଞ୍ଜାମ ଲେଖାଥିବା ବେଳେ ଭାଙ୍ଗିଲା ପରେ ତାହା ଦୃଶ୍ୟମାନ ହେଉ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି ଏବଂ ଦୁର୍ନୀତିର ସ୍ପଷ୍ଟ ବାସ୍ନା ବାରି ହେଉଛି । (ରିପୋର୍ଟ,ଅମର ରଞ୍ଜନ ଦାସ)

Exit mobile version