୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆର,ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବରଙ୍କ ସଭାପତିତ୍ବ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ଳକର ପ୍ରଥମ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ . ପ୍ରଦୀପ କୁମାର ପାଣିଗ୍ରାହି ଓ ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଜନପ୍ରତିନିଧି ମାନେ ନିଜ ପଞ୍ଚାୟତର ମୁଖ୍ୟ ସମସ୍ୟା ନେଇ ଜଣାଇଥିଲେ । ସେଥି ମଧ୍ୟରୁ ଆର, ଉଦୟଗିରି ଗ୍ରାମରେ ୟୁକ୍ତ୩ କଲେଜ ଖୁଲିବା ସହ ରାସ୍ତା, ଶିକ୍ଷା, ବ୍ରିଜ ଓ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏହି ସମସ୍ତ ସମସ୍ୟା ଗୁଡିକ ସମାଧାନ କରାଯଯିବ ବୋଲି ସାଂସଦ କହିବାପରେ ବ୍ଳକର ପି ଏନ କିଷାନ ରଥକୁ ଉଦଘାଟନ କରିଥିଲେ ।

ଏହା ପରେ ସାଂସଦ ଓ ବିଧାୟକ ମୋହନା ସମତି ବୈଠକ ଯୋଗଦେବାକୁ ଯାଇଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଆର, ଉଦୟଗିରି ବ୍ଳକର ୧୭ଟି ପଞ୍ଚାୟତର ସମସ୍ୟା ଗୁଡିକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗିୟ ଅଧିକାରୀମାନେ କାର୍ଯ୍ୟ ଗୁଡିକର ସଫଳତା କରିବା ସହ କାର୍ଯ୍ୟକାରିତାର ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକର ବିଷୟରେ ସମସ୍ତଙ୍କୁ ବୁଝାଥିଲେ । ଏହି ବୈଠକରେ ବିଡିଓ ,ତହସିଲିଦାର ଜ୍ୟୋତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମ ପଟ୍ଟନାୟକ, ଜିଲ୍ଲା ପରିଷଦସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ସିଡିପିଓ ଲଳିତା ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଏବଂ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।
