Home ଓଡ଼ିଶା ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ନର୍ଲା ଓ କେସିଙ୍ଗା ନିର୍ବାଚନ ମଣ୍ଡଳୀର ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଧାୟକ ଧନେଶ୍ଵର ମାଝୀଙ୍କ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରଲୋକ ହୋଇଥିବା ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବା ଜଣାପଡିଛି। ସେ ୧୯୭୧,୧୯୭୪,୨୦୦୦,୨୦୦୪ ଓ ଶେଷଥର ୨୦୧୪ ମସିହା ନିର୍ବାଚନରେ ନର୍ଲା ଓ କେସିଙ୍ଗା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟସଭା ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ଅତ୍ୟଧିକ ବୃଦ୍ଧାବସ୍ଥା ଓ ଉଚ୍ଚ ରକ୍ତଚାପ ଯୋଗୁଁ ଆଜି ସକାଳ ଘ୭/୪୦ମି ରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ସକାଳ ୯ ଟା ଭିତରେ ତାଙ୍କର ପ୍ରାଣବାୟୁ ଉଡିଯାଇ ଥିଲା ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ। ପ୍ରଥମେ ଶିକ୍ଷକତା ଆରମ୍ଭ କରି ରାଜନୀତିକୁ ଆସିବା ପୂର୍ବରୁ ପ୍ରଧାନ ଶିକ୍ଷକ ଭାବେ ରିଷିଡା ବାପୁଜୀ ହାଇସ୍କୁଲ୍,ବେଲଖଣ୍ଡି ଘାସିରାମ ଦୋରା ହାଇସ୍କୁଲ ଓ ତୁଣ୍ଡୁଲା ହାଇସ୍କୁଲରେ କର୍ମମୟ ଜୀବନ ଆରମ୍ଭ କରିଥିଲେ।୫ ଜୁଲାଇ ୧୯୪୧ ମସିହାରେ କେସିଙ୍ଗା ବ୍ଳକ ଅନ୍ତର୍ଗତ ତୁଣ୍ଡୁଲା ଗ୍ରାମ ପଞ୍ଚାୟତର ବାବେଝୋର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତେବେ ପୂର୍ବତନ ବିଧାୟକ ଶ୍ରୀ ମାଝୀଙ୍କ ମୃତ୍ୟୁ ଖବର ପାଇ ରାଜନୈତିକ ମହଳ ସହ ସାରା କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026