Home ଓଡ଼ିଶା ଆମୱେ ଇଣ୍ଡିଆ ଗ୍ରାହକଙ୍କ କଲ୍ୟାଣ ନିରାପଦ ରଖିବା ଏବଂ ନିଜର ବିତରକଙ୍କୁ ସମର୍ଥନ ଯୋଗାଇବାକୁ ପ୍ରୟାସ ସୁଦୃଢ କରୁଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଉଭୟ ଖାଉଟି ଏବଂ ବିତରକଙ୍କ ସ୍ୱାର୍ଥ ଓ କଲ୍ୟାଣ ନିରାପଦ ରଖିବା ନିମନ୍ତେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିଜର ଉତ୍ପାଦଗୁଡିକର ଅଣସ୍ୱୀକୃତ ବିକ୍ରି ଉପରେ ସହଭାଗୀଙ୍କୁ ପ୍ରଶିକ୍ଷିତ କରିବାକୁ ଏକ ଦମ୍ଦାର ସଚେତନତା ଅଭିଯାନ ଆରମ୍ଭ କରିଛି । ଏହି ପୂର୍ଣ୍ଣାଙ୍ଗ ରଣକୋଶଳରେ ଏହାସହିତ ରହିଥିବା ଆପଦ ସମ୍ପର୍କରେ ସହଭାଗୀଙ୍କୁ ପ୍ରଶିକ୍ଷିତ କରିବା, ଯୋଗାଣ ଶୃଙ୍ଖଳ ନିରୀକ୍ଷଣରେ ବୃଦ୍ଧି ଘଟାଇବା, ଉଲ୍ଲଘଂନକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ ଏବଂ ସ୍ୱୀକୃତିପ୍ରାପ୍ତ ବିତରଙ୍କ ନିମନ୍ତେ ଲକ୍ଷ୍ୟଭିତ୍ତିକ ସମର୍ଥନକାରୀ ସେସନ୍ ଏବଂ ସମ୍ବଳ ଉପଲବ୍ଧ କରାଇବା ଆଦି ଅନ୍ତର୍ଭୁକ୍ତ ରହିଛି । ଏହି ପଦକ୍ଷେପ ଉପଭୋକ୍ତାମାନେ ଆମୱେ ବିତରକ ଅଥବା ବିଧିବଦ୍ଧ ଆମୱେ ୱେବସାଇଟରୁ ଉତ୍ପାଦ କ୍ରୟ କରିବା ସମୟରେ ଯେଭଳି ଅସଲି ଆମୱେ ଉତ୍ପାଦ ଏବଂ ତତ୍ସହିତ ସଂଯୁକ୍ତ ଫାଇଦା ପାଇବେ ତାହା ସୁନିଶ୍ଚିତ କରିବାକୁ ଆମୱେର ଉତ୍ସର୍ଗୀକୃତ ଭାବ ପୁନଃ ସୁଦୃଢ କରୁଛି । ଅଣସ୍ୱୀକୃତ ବିକ୍ରି କେବଳ ପ୍ରତ୍ୟକ୍ଷ ବିକ୍ରି କ୍ଷେତ୍ରରେ ସୀମିତ ନାହିଁ। ଅନେକ କମ୍ପାନୀ ଏହି ପ୍ରସଙ୍ଗକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଠାରେ ଅନେକ ସମୟରେ ଉତ୍ପାଦଗୁଡିକ ଇ-କମର୍ସ ପ୍ଲାଟଫର୍ମ ଅଥବା ତୃତୀୟ ପକ୍ଷ ବିକ୍ରେତା ଆଦି ଅଣସ୍ୱୀକୃତ ମାଧ୍ୟମ ଜରିଆରେ ବିତରଣ କରାଯାଉଛି, ଯାହା ଉତ୍ପାଦର ପ୍ରାମାଣିକତା ଏବଂ ଖାଉଟି ନିରାପତ୍ତାକୁ କମ୍ଜୋର କରିଦେଉଛି । ଆମୱେ ଇଣ୍ଡିଆ ଗ୍ରାହକ ନିରାପତ୍ତା ଏବଂ ଉତ୍ପାଦର ପ୍ରମାଣିକତା ପ୍ରତି ନିଜର ପ୍ରତିବଦ୍ଧତା ସହିତ ଖାଉଟିଙ୍କୁ ସମ୍ଭାବ୍ୟ ନକଲି ଓ କ୍ଷତିକାରକ ଉତ୍ପାଦଗୁଡିକରୁ ସୁରକ୍ଷିତ ରଖିବା ନିମନ୍ତେ ସକ୍ରିୟ ଭାବରେ ମୁକାବିଲା କରୁଛି । ଅଣସ୍ୱୀକୃତ ବିକ୍ରେତାମାନେ ଅନେକ ସମୟରେ ଆମୱେ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ନିକଟରେ ପହଞ୍ଚୁଥିବା ପ୍ରତ୍ୟେକ ଉତ୍ପାଦ ଯେଭଳି ସର୍ବୋଚ୍ଚ ମାନଗତ ଆବଶ୍ୟକତା ପୂରଣ କରିବ ସେହି କଡାକଡି ଗୁଣବତ୍ତା ନିୟନ୍ତଣ ପଦକ୍ଷେପକୁ ଅନୁପାଳନ କରୁନାହାନ୍ତି । ଏହା କେବଳ ଉପଭୋକ୍ତାମାନଙ୍କୁ ବିପଦରେ ପକାଉନାହିଁ ତାହାସହିତ ଉତ୍ସର୍ଗୀକୃତ ଆମୱେ ବିତରକଙ୍କର ବିଶ୍ୱାସ ଓ କଠିନ ପରିଶ୍ରମକୁ ଫିକା କରିଦେଉଛି। କମ୍ପାନୀ ଅଣସ୍ୱୀକୃତ ବିକ୍ରି ବିପକ୍ଷରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି, ଯେଉଁଥିରେ ଅଣସ୍ୱୀକୃତ ବିକ୍ରି କ୍ଷେତ୍ରରେ ସଂପୃକ୍ତ ବିତରକଙ୍କୁ ନିଲମ୍ବନ କରିବା ଅଥବା ସେମାନଙ୍କୁ ଉଚ୍ଛେଦ କରିବା ପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ଓ ସ୍ପଷ୍ଟ ନିର୍ଦେଶାବଳୀ ସାମିଲ ରହିଛି ଯାହା କେବଳ ଆମୱେ-ସ୍ୱୀକୃତ ମାଧ୍ୟମ ଜରିଆରେ ଅସଲି ଆମୱେ ଉତ୍ପାଦଗୁଡିକର ଉପଲବ୍ଧତାକୁ ସୁନିଶ୍ଚିତ କରାଉଛି । ଆମୱେ ଇଣ୍ଡିଆ ତାହାର ଉତ୍ପାଦଗୁଡିକ ସ୍ୱତନ୍ତ୍ର ଭାବରେ ଆମୱେ ବିତରକ ଏବଂ ତାହାର ଆନୁଷ୍ଠାନିକ ୱେବସାଇଟ (ଙ୍ଗଙ୍ଗଙ୍ଗ.ବଜ୍ଞଙ୍ଗବଚ୍ଚ.ସଦ୍ଭ). ଆଦି ସ୍ୱୀକୃତିପ୍ରାପ୍ତ ମାଧ୍ୟମ ଜରିଆରେ ବିତରଣ କରି ସାଲିସହୀନ ଗୁଣବତ୍ତା ଓ ଅସଲିପଣ ସୁନିଶ୍ଚିତ କରୁଛି । କମ୍ପାନୀ ଦୋକାନପ, ସୁପରମାର୍କେଟ, ବ୍ରୋକର, ଡିଲର ଅଥବା ଅନ୍ୟ କୋ÷ଣସି ତୃତୀୟ ପକ୍ଷ ଇ-କମର୍ସ ପ୍ଲାଟଫର୍ମଗୁଡିକ ଜରିଆରେ ବିକ୍ରିକୁ କଡାକଡି ଭାବରେ ନିଷେଧ କରିଛି ଏବଂ ଏହିସବୁ ସୂତ୍ରରୁ ଅଣାଯାଉଥିବା ଉତ୍ପାଦଗୁଡିକର ଅସଲି ଏବଂ ଗୁଣବତ୍ତା ନିମନ୍ତେ ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ । ଭାରତରେ ସମସ୍ତ ଆମୱେ ଉତ୍ପାଦଗୁଡିକ ଉପରେ ‘କେବଳ ଆମୱେ ପ୍ରତ୍ୟକ୍ଷ ବିକେତ୍ରା ସହଯୋଗୀଙ୍କ ଜରିଆରେ ବିକ୍ରି’ ବୋଲି ଲେବଲ ଲଗାଯାଇଛି ଯାହାଦ୍ୱାରା ସେଗୁଡିକର ଅସଲିପଣ ଏବଂ ଗୁଣବତ୍ତାକୁ ସୁଦୃଢ କରାଯାଉଛି । ଆନୁଷ୍ଠାନିକ ସୂତ୍ରରୁ କ୍ରୟ କରିବା ଦ୍ୱାରା ଗ୍ରାହକମାନେ ଯେକୋଣସି ପ୍ରସଙ୍ଗରେ ଅର୍ଥ-ଫେରସ୍ତ ଗ୍ୟାରେଣ୍ଟି ସହିତ ବିଶ୍ୱ-ଶ୍ରେଣୀର ଉତ୍ପାଦ ଗୁଣବତ୍ତା ପାଇବାକୁ ନିଶ୍ଚିତ ହେଉଛନ୍ତି, ଏବଂ ତାହାସହିତ ସ୍ୱୀକୃତିପ୍ରାପ୍ତ ବିତରକଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆବଶ୍ୟକତା ଭିତ୍ତିକ ସୁପାରିଶର ଫାଇଦା ପାଉଛନ୍ତି । ସ୍ୱଚ୍ଛତା ନିମନ୍ତେ ଆମୱେର ପ୍ରତିବଦ୍ଧତା ଗ୍ରାହକଙ୍କୁ ଉତ୍ପାଦର ଯାତ୍ରା କଞ୍ଚାମାଲରୁ ନେଇ ଉତ୍ପାଦିତ ସାମଗ୍ରୀ ପର୍ୟ୍ୟନ୍ତ ସବୁସ୍ତରରେ ଠାବ କରିବାକୁ ସୁଯୋଗ ଦେଉଛି, ଯାହା ନିରାପତ୍ତା ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ବ୍ରାଣ୍ଡ୍ର ଉତ୍ସର୍ଗୀକୃତ ଭାବକୁ ପୁନଃସୁଦୃଢ କରୁଛି । ଗ୍ରାହକଙ୍କ ଅନୁସନ୍ଧାନର ଉତ୍ତର ଦେବା ନିମନ୍ତେ ବିତରକଙ୍କୁ ସମର୍ଥନ କରିବା ପାଇଁ ଆମୱେ ପୂର୍ଣ୍ଣାଙ୍ଗ ସମ୍ବଳ ଯୋଗାଇ ଦେଉଛି ଯାହା ସଠିକ ସୂଚନା ସୁନିଶ୍ଚିତ କରୁଛି । କମ୍ପାନୀ ଅଣସ୍ୱୀକୃତ ବିକ୍ରିଜନିତ ଆପଦ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପ୍ରଚାର ଅଭିଯାନ, ଖବର କାଗଜରେ ଆଇନଗତ ନୋଟିସ ପ୍ରକାଶନ ଏବଂ ୱେବ୍ସାଇଟରେ ସତର୍କତାମୂଳକ ବାର୍ତ୍ତା ଆଦି ଜରିଆରେ ବିତରକ ଓ ଗ୍ରାହକଙ୍କୁ ପ୍ରଶିକ୍ଷିତ କରୁଛି, ତାହାସହିତ ଅନୁପାଳନକାରୀ ଟିମ୍ ଦ୍ୱାରା ଆମୱେ ବିତରକଙ୍କ ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି । ଏସବୁ ସହିତ ଏହାର ଉତ୍ପାଦଗୁଡିକ ଦ୍ରୁତତର ଉପଲବ୍ଧ ହେବା ନିମନ୍ତେ ନିରନ୍ତର ଉଦ୍ୟମ ଜାରି ରଖି ଆମୱେ ଇଣ୍ଡିଆ ନିଜର ଯୋଗାଣ ନେଟୱର୍କକୁ ମଜଭୁତ କରିଛି । ସମ୍ପ୍ରତି ୧୭୦୦୦ରୁ ଅଧିକ ପିନକୋଡରେ ଉପସ୍ଥିତି ରଖି ଆମୱେ ହାରାହାରି ଯୋଗାଣ ସମୟ ୧.୬ ଦିନ ରଖିବାରେ ସମର୍ଥ ହୋଇଛି, ଯେଉଁଥିରେ ମେଟ୍ରୋ ସହରଗୁଡିକରୁ ୮୭% ଅର୍ଡର ଗ୍ରାହକଙ୍କ ନିକଟରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପହଞ୍ଚୁଛି । ଶେଷ ମାଇଲ ଯୋଗାଣ ଉପରେ ଏହି ଦୃଷ୍ଟିବଦ୍ଧତା ଗ୍ରାହକ ସନ୍ତୁଷ୍ଟିରେ ବୃଦ୍ଧି ଘଟାଇବା ସହିତ ଅଣସ୍ୱୀକୃତ ବିକ୍ରିର ପ୍ରଚେଷ୍ଟାକୁ ସଫଳତାର ସହିତ ହ୍ରାସ କରୁଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ by Proprietor Abhimanyu Maharana May 4, 2026 ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ by Proprietor Abhimanyu Maharana May 4, 2026 Brutal Crime in Nasrapur Sparks Outrage : Accused Arrested by Proprietor Abhimanyu Maharana May 4, 2026 Delay in water supply in Pune : Water to taps only between 1 and 2 pm by Proprietor Abhimanyu Maharana May 4, 2026 ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE. by Proprietor Abhimanyu Maharana May 4, 2026 Chandi Bhandar Celebrates Savitri with the Exquisite “Sangam” Collection by Proprietor Abhimanyu Maharana May 4, 2026