୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ଫିଲ୍ମ । ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ । ଅଗଣିତ ଦର୍ଶକଙ୍କ ପାଖରୁ ମିଳୁଥିବା ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ରୁଚି କୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ବା ଫିଲ୍ମର କାହାଣୀରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖିଥାଏ । ଗତ ବର୍ଷ “ଉଡନ୍ତା ଥାଳିରେ ଆସିଛି ପ୍ରିୟା”ର ଅପାର ସଫଳତା ପରେ ଆସିଛି ନୂଆ ଫିଲ୍ମ ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’ ଯାହା ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ପାଇବେ ସିନେପ୍ରେମୀ ଯାହାର କାହାଣୀ ଖୁବ ରୋଚକ ସହିତ ଭିନ୍ନ ରହିଛି । ମୁଖ୍ୟ ଅଭିନୟରେ ଦେଖିବାକୁ ପାଇବେ ଅନନ୍ୟା ଦାସ ଙ୍କୁ ଯିଏ ତାଙ୍କ ଅଭିନୟ ଦ୍ୱାରା ଟେଲିଭିଜନ ଇଣ୍ଡଷ୍ଟ୍ରି ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
