Home ଅପରାଧ ଗୋଚ୍ଛାପଡା ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣା : ମୃତଦେହ ଉଦ୍ଧାର ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଗ୍ରାମର ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି ରଜତ କୁମାର ରାୟ ସଦଳବଳ ଜ୍ୟେଷ୍ଠଙ୍କ ମୃତଦେହ ଉଦ୍ଧାର ହୋଇଥିବା ଡାଙ୍ଗାଣାମା ନିକଟ କୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ତାଙ୍କ ସହ ସାଇଣ୍ଟିଫିକ ଟିମ ମଧ୍ୟ ଉପସ୍ଥିତ ଥିଲେ। ପରେ ମୃତକ ଜ୍ୟେଷ୍ଠ ବଣ୍ଡକିଙ୍କ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବେହେରା ଗାଁସ୍ଥିତ ଘରକୁ ଯାଇ ପଚରାଉଚରା କରିଥିଲେ। ମୃତକଙ୍କ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ। ସୋମବାର ମୃତଙ୍କ ସହ ଘଟଣା ବେଳେ ଉପସ୍ଥିତ ଥିବା ସାଙ୍ଗ ଦାଶରଥି ଦିଗାଲଙ୍କୁ ପଚରାଉଚରା କରାଯିବ ବୋଲି ଡିଏସପି ରାୟ ସୂଚନା ଦେଇଛନ୍ତି। ସେଠାରୁ ଫେରିବା ପରେ ସାଇଣ୍ଟିଫିକ୍ ଟିମ୍ ସହିତ ଅନ୍ୟ ଟିମ୍ ମୃତଦେହ ଉଦ୍ଧାର ସ୍ଥଳରେ ପହଞ୍ଚି ତନଖି କରିବା ସହିତ ବିଭିନ୍ନ ଦିଗ ଉପରେ ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଅନ୍ୟ କେତେକ ଜିନିଷ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ରାୟଙ୍କ ସମେତ ୩ ଜଣିଆ ଟିମ9 ଗୋଚ୍ଛାପଡାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅତିରିକ୍ତ ଏସପି ବଳଭଦ୍ର ଦୀପ, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ ତଦନ୍ତକାରୀ ଅଧିକାରୀ। ଅନ୍ୟପକ୍ଷରେ ଏହି ଅଭିଯୋଗ ପରେ ଜିଲା ପୁଲିସ ବିଭାଗ ପକ୍ଷରୁ ମଧ୍ୟ ୫ ଜଣ ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବିକରି ଏକ ଦାବିପତ୍ର ନୂତନ ଏସପିଙ୍କୁ ପ୍ରଦାନ କରିଛନ୍ତି । Categories: ଅପରାଧ, କନ୍ଧମାଳ, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026