Home ଓଡ଼ିଶା କନ୍ଧମାଳ ଜିଲାକୁ ରେଳ ସଂଯୋଗ ଦାବିରେ ପ୍ରତିବାଦ ସଭା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲା ସଦର ମହକୁମାକୁ ରେଳ ସଂଯୋଗ ଦାବିରେ ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେବ ମଣ୍ଡପ ଏଫସିଆଇଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ୧୯୭୮ରୁ କନ୍ଧମାଳ ଜିଲା ଫୁଲବାଣୀ ସହରକୁ ରେଳ ସଂଯୋଗ ନେଇ ଦାବି ହୋଇ ଆସୁଛି। ଇତିମଧ୍ୟରେ ରେଲଓ୍ବେ ପକ୍ଷରୁ ଦୁଇ ବର୍ଷ ପୂର୍ବରୁ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା। କିନ୍ତୁ ହଠାତ ଗତ ୨୦୨୩-୨୪ରେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥର ଅଗ୍ରଗତି ହେବା ପରିବର୍ତ୍ତେ ରେଲଓ୍ବେ ୱେବସାଇଟରୁ ଉଭାନ ହୋଇଗଲା। ଯାହା ଫଳରେ କନ୍ଧମାଳବାସୀ ରେଳ ସଂଯୋଗରୁ ବଞ୍ଚିତ ହେଲେ । ନୂତନ ରେଳପଥ ପାଇଁ ଓଡ଼ିଶାର ସର୍ଭେ ଦାୟିତ୍ୱ ନେଇଥିବା ଓରିଡିଲ ସଂସ୍ଥା କାହିଁକି ଫୁଲବାଣୀ ସହରକୁ ବାଦ ଦେଇ ଡିପିଆର ପ୍ରସ୍ତୁତ କଲେ ସେ ନେଇ ରେଳ ମନ୍ତ୍ରଣାଳୟ ଫୁଲବାଣୀକୁ ସାମିଲ କରି ପୁନଃ ଡିପିଆର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲା ଠାରେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତି ଜିଲା ମୁଖ୍ୟାଳୟକୁ ରେଳ ସଂଯୋଗ ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ହେଁ ଓରିଡିଲ ଫୁଲବାଣୀକୁ ରେଳ ସଂଯୋଗ ନେଇ ଡିପିଆର ପ୍ରସ୍ତୁତ କରି ରେଳ ମନ୍ତ୍ରଣାଳୟକୁ ପଠାଉ ନାହିଁ। ତେଣୁ ବୈଠକରେ ଉପସ୍ଥିତ ଆଇନଜୀବୀ ଭି ଭି ରାମଦାସଙ୍କ ସହ ଭଗବାନ ମହାନ୍ତି, ପ୍ରତାପ ପାତ୍ର, ବିରଜା ନାହାକ, ରମେଶ ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ, ନବୀନ କିଶୋର ପଣ୍ଡା, ଡ ଅରୁପ ଜେନା, ସୁନୀଲ ପଟ୍ଟନାୟକ, ପ୍ରଶନ୍ନ କୁମାର ସ୍ୱାଇଁ, ରାଧାମୋହନ ମହାପାତ୍ର, ପ୍ରଣବ ମଣ୍ଡଳ, ବ୍ରଜ ପଟ୍ଟନାୟକ, ପଦ୍ମଚରଣ ସ୍ୱାଇଁ, ପ୍ରିୟ ରଞନ ଚୌଧୁରୀ ପ୍ରମୁଖ ଉଦବେଗ ପ୍ରକାଶ କରିଥିଲେ । ଓରିଡିଲ ଉପରେ ଚାପ ପକାଇବାକୁ ରେଳ ମନ୍ତ୍ରଣାଳୟକୁ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ କନ୍ଧମାଳ ଜିଲ୍ଲାରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଫୁଲବାଣୀ ସମେତ ଖଜୁରୀପଡା, ଫିରିଙ୍ଗିଆ, ଜି ଉଦୟଗିରି ଓ ଟିକାବାଲି ବ୍ଲକର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026