Home ଓଡ଼ିଶା ଚକାବନ୍ଦ ଆନ୍ଦୋଳନରେ ସାମିଲ ହେବ ଫୁଲବାଣୀ ଘରୋଇ ବସ ମାଲିକ ସଂଘ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ସରକାର ଲକ୍ଷ୍ମୀ ବସ ଯୋଜନାର ଟାୟାର-୨ ପ୍ରଚଳନ କରିବା ପ୍ରତିବାଦରେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଙ୍ଘ ପକ୍ଷରୁ ସୋମବାର ୭ ତାରିଖ ସନ୍ଧ୍ୟା ୬ ଟାରୁ ୮ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଫୁଲବାଣୀ ଘରୋଇ ବସ ମାଲିକ ସଙ୍ଘ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଜିଲାର ଶତାଧିକ ବସ ଏହି ସମୟରେ ବନ୍ଦ ରହିବ ବୋଲି ନିଜସ୍ବ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ । ପୂର୍ବ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ଘରୋଇ ବସ ପାଇଁ ସମସ୍ୟା ସୃଷ୍ଟି କରିଛି। କ୍ଷମତାକୁ ଆସିଲେ ଏହି ଯୋଜନାର ସମୀକ୍ଷା କରିବେ ବୋଲି କହିଥିଲେ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରପକ୍ଷରେ, ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ଲାଗୁ କରିବା ପାଇଁ ଏବେ ନୂତନ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସରକାର ଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି ଘରୋଇ ବସ ମାଲିକ ସଂଘ। ସଂଘ କର୍ମକର୍ତା ଙ୍କ କହିବା ଅନୁଯାୟୀ, ଅନେକ ବେକାର ଯୁବକ ଗ୍ରାମାଞ୍ଚଳରେ ବସ ଚଳାଚଳ କରି ଜୀବିକା ନିର୍ବାହ କରୁଛନ୍ତି । ଲକ୍ଷ୍ମୀ ବସ ଯୋଜନା ଫଳରେ ଏମାନଙ୍କ ପେଟପାଟଣା ଏବେ ଆଶଙ୍କାରେ ପଡ଼ିଛି। ଏଭଳି ସ୍ଥିତିରେ ଯଦି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଲାଗୁ କରାଯାଏ, ତେବେ ଘରୋଇ ବସ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ। ବିଶେଷ କରି କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଓ ଉପାନ୍ତ ଅଞ୍ଚଳକୁ କେବଳ ଘରୋଇ ବସ ଚଳାଚଳ କରୁଛି, ଯେଉଁ ଠାକୁ କୌଣସି ଲକ୍ଷ୍ମୀ ବସ ମଧ୍ୟ ଯାଉନାହିଁ ବୋଲି ସଙ୍ଘ କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପସଭାପତି ରତିକାନ୍ତ ସାହୁ, ସହ ସମ୍ପାଦକ ରବୀନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଉପଦେଷ୍ଟା ଶଶୀଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026