୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସ୍ୱଛତା ହିଁ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥାଏ ଆଉ ତାହା ପ୍ରମାଣିତ କରି ଦେଖାଇଲେ ଗୋପ ଅଞ୍ଚଳ କିଛି ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଏବଂ ସୂଚନାଧିକାରୀ କର୍ମୀ l ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗୋପ ତହସିଲ କାର୍ଯ୍ୟାଳୟ ଟି ଦୀର୍ଘ ବର୍ଷ ହେଵ ଅପରିଷ୍କାର ସହିତ କାର୍ଯ୍ୟାଳୟ ରେ ବଡ଼ ବଡ଼ ଓସ୍ତ ଓ ବର ଆଦି ଗଛ ଉଠିଥିଲା l ଯଦିଓ ଏହା ସମସ୍ତ ବ୍ୟକ୍ତି ଙ୍କ ନଜର କୁ ଆସୁଥିଲା ସତ କିନ୍ତୁ ତାର ପ୍ରତିକାର ପାଇଁ କାହାରି ଆନ୍ତରିକତା ନଥିଲା l ଗତ 6 ତାରିଖ ରେ ଗୋପ ଅଞ୍ଚଳ ଜଣାଶୁଣା ଟ୍ୱଇଟର ଆକ୍ଟିଭିଟିସ ସନ୍ତୋଷ କୁମାର ନାୟକ କୌଣସି କାର୍ଯ୍ୟ ପାଇଁ ଗୋପ ତହସିଲ କାର୍ଯ୍ୟାଳୟ କୁ ଯାଇଥିଲେ l

