Home ଓଡ଼ିଶା ଗୋପ ବ୍ଲକ ଅଧ୍ୟକ୍ଷା ଙ୍କ ସପକ୍ଷରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଗୋପ ଥାନା ଘେରାଉ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଅଭିଯୋଗ ର ୭ ଦିନ ବିତିଯାଇଥିଲେ ମଧ୍ୟ ମାମଲା ରୁଜୁ କରିନାହିଁ ଗୋପ ଥାନା ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକର ଫଳକ ରାଜନୀତି ଏବେ ବ୍ଲକରୁ ଯାଇ ଜିଲ୍ଲାକୁ ଛୁଇଁଲାଣି । ଦିନ ଯେତିକି ଗଡ଼ୁଛି ବିବାଦ ସେତିକି ଘନଉଛି ।ଉପ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ରାଜ୍ୟବାସୀ ଙ୍କ ନଜର ଏବେ ଗୋପ ବ୍ଲକର ଘଟଣା ଉପରେ।ଗତ 30 ତାରିଖ ଦିନ ଘଟଣା ପର ଠାରୁ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ବ୍ଲକ ଅଧ୍ୟକ୍ଷା ଝୁନୂ ମଲ୍ଲିକ ଥାନାରେ ଉପାଧ୍ୟକ୍ଷ ଓ ବିଡ଼ିଓ ଙ୍କ ନାମରେ ଜାତିଆଣ ଆକ୍ଷେପ ଧକ୍କାମୁଖୀ କୁ ନେଇ ଅଭିଯୋଗ କରିଥିଲେ। ସପ୍ତାହରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଗୋପ ଥାନା କୌଣସି ମାମଲା ରୁଜୁ ନ କରିବାରୁ,ଗତ କାଲି ପୁରୀ ଜିଲ୍ଲା ବିଜେଡ଼ି ର ବରିଷ୍ଠ ନେତା ଓ ଶତାଧିକ କର୍ମୀ ଗୋପ ଥାନା କୁ ଯାଇଥିଲେ l ଗୋପ ଭାରତ ପେଟ୍ରୋଲ ପମ୍ପ ଠାରୁ ଏକ ଶୋଭାଯାତ୍ରା ବାହାରି ଗୋପ ଥାନା ପର୍ଯ୍ୟନ୍ତ ଆସିଥିଲା l ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକର ପାତ୍ର(ବାବୁ )ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ସ୍ୱାଧୀନ ନାୟକ ( ବାବୁ ) କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନିଲ ମହାନ୍ତି,ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ସୁବ୍ରତ ଛାଟୋଇ, କୁଞ୍ଜଲତା ସାମଲ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ବିଜେଡ଼ି ମହିଳା ମୋର୍ଚା ର ସାଧାରଣ ସମ୍ପାଦିକା କସ୍ତୁରୀବାଳା ସାହୁ, ପୁଷ୍ପଲତା ସ୍ବାଇଁ,ନିରଞ୍ଜନ ମହାପାତ୍ର,ଭାଗିରଥି ସେନାପତି, ସୁକାନ୍ତ ମହାନ୍ତି, ସଂଗ୍ରାମ ନାୟକ, ପ୍ରଭୁତି ବରିଷ୍ଠ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ l ଗୋପ ଥାନା କୁ ଯାଇ ପୂର୍ବରୁ ଦିଆଯାଇଥିବା ଅଭିଯୋଗ ସମ୍ପର୍କ ରେ ନିମାପଡା ର ଏସ ଡି ପି ଓ ପ୍ରଭାତ ମଲ୍ଲିକ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ l ଆଗକୁ ଦୁର୍ଗା ପୂଜା ଥିବାରୁ ସାତ ଦିନ ସମୟ ମାଗିଥିଲେ ଏସ ଡି ପି ଓ ଶ୍ରୀଯୁକ୍ତ ମଲ୍ଲିକ l ଏଣୁ ଆଗାମୀ ସାତ ଦିନ ମଧ୍ୟରେ ଯଦି ଅଭିଯୋଗ କୁ ଭିତ୍ତିକରି ବିଡ଼ିଓ ଓ ଉପାଧକ୍ଷ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଦଳର ପ୍ରମୁଖ ନେତା ମାନେ କହିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026