Home ଓଡ଼ିଶା ନୂତନ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସୋମବାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ରନାଥ ବାହିନୀପତିଙ୍କ ସମେତ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗୋପ ବ୍ଲକର ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ୬ଜଣ ନୂତନ କନିଷ୍ଠ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଛନ୍ତି । କନିଷ୍ଠ ଶିକ୍ଷକ ଭାବେ କ୍ଲଷ୍ଟର ଅନ୍ତର୍ଗତ ଆମ୍ଵିଳିଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋନାଲିସା ପ୍ରଧାନ, ରୁଦ୍ରାୟଣୀ ନୋଡାଲ ୟୁପିଏସରେ ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ, ସିମିଳି ପିୟୁପିଏସରେ ଜଗତ୍ ଜୀବନ ଲେଙ୍କା, ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ସୁରଭି ମହାପାତ୍ର, କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶୁଭସ୍ମିତା ନାୟକ ଓ ଭୈରବ ନୋଡାଲ ୟୁପିଏସରେ ସ୍ୱର୍ଣ୍ଣଲତା ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭୈରବ ନୋଡାଲ ୟୁପିଏସର ପ୍ରଧାନଶିକ୍ଷୟତ୍ରୀ କାଜଲବାଳା ପରିଡ଼ାଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ଵର୍ଦ୍ଧନା ସଭାରେ ନୂତନ କନିଷ୍ଠ ଶିକ୍ଷକମାନେ ନୂତନ କର୍ମକ୍ଷେତ୍ରରେ ଯୋଗଦାନ ପରେ ସେମାନଙ୍କର ପ୍ରାରମ୍ଭିକ ଅନୁଭୂତି ବର୍ଣ୍ଣନା କରିଥିଲେ। ସମ୍ଵର୍ଦ୍ଧନା ସଭାରେ ଉପସ୍ଥିତ ସିଆରସିସି ଶ୍ରୀ ବାହିନୀପତିଙ୍କ ସମେତ ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ଚିତ୍ତରଞ୍ଜନ ଦାଶ,ରାମକୃଷ୍ଣ ମହାନ୍ତି ଓ ବାନାମ୍ଵର ବେହେରା ପ୍ରମୁଖ କ୍ଲଷ୍ଟରର ଶୈକ୍ଷିକ ତଥା ସହଶୈକ୍ଷିକ କାର୍ଯ୍ୟଧାରା ସଂପର୍କରେ ନବାଗତ ଶିକ୍ଷକମାନଙ୍କୁ ଅବଗତ କରିବା ସହିତ ସେମାନଙ୍କର ଶିକ୍ଷକତା ବୃତ୍ତିରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026