୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ବିଜେପିର ସଦସ୍ୟତା ଅଭିଯାନ ୨୦୨୪ କୁ ବ୍ୟାପକ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖେଲାର ବଜାରରେ ଥିବା ପରିବା ହାଟ ଠାରେ ସଦସ୍ୟତା ଅଭିଯାନ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ର ଶତାଧିକ କୃଷକ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଖେଲାର ପରିବା ହାଟରେ ଏକାଠି ହୋଇ ଶୋଭାଯାତ୍ରାରେ ବୁଲିଥିଲେ। ଓଡ଼ିଶାର ବିକାଶ ପାଇଁ ବିଜେପି ରେ ସାମିଲ ହୁଅ ଏବଂ ଚାଷୀ ମାନଙ୍କର ବିକାଶ ପାଇଁ ବିଜେପି ରେ ସାମିଲ ହୁଅ ନାରା ଦେଇ କୃଷକ ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ମାନେ ସଦସ୍ୟତା ଅଭିଯାନ ଜାରି ରଖିଥିଲେ।

