Home ଓଡ଼ିଶା ଶଙ୍ଖ ଭବନରେ ନବୀନ ଶୁଭାରମ୍ଭ କରିବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜିଲ୍ଲା ସଦର ମହକୁମାରେ ଯୋଡି ହେବେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ସଭ୍ୟ ସଂଗ୍ରହରେ ଛାତ୍ର ଓ ଯୁବ ରହିବେ ଫୋକସରେ ବିଜେଡି ଜନ ସମ୍ପର୍କ ପଦଯାତ୍ରାକୁ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ଶୁଭାରମ୍ଭ ହେବ । ଏହାକୁ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନ ଠାରେ ଶୁଭାରମ୍ଭ କରିବେ । ଏହା ସହିତ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ଯୋଡି ହେବେ । ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବା ବେଳେ ଜନ ସମ୍ପର୍କକୁ ସବୁବେଳେ ଗୁତୁତ୍ୱ ଦେଇଆସିଛି । ସଭ୍ୟ ସଂଗ୍ରହ ଅଭିଯାନ ଦଳର ଏକ ନିୟମିତ କାର୍ଯ୍ୟକ୍ରମ । ବିଜେଡିର ସମୁଦାୟ ସଭ୍ୟ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ୱ ରହିଛି ଓ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ଚାରି ଲକ୍ଷ ରହିଛି । ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତ ବର୍ଗର ଲୋକ ମାନଙ୍କୁ ଯୋଡା ଯିବା ସହ ବିଶେଷ କରି ଛାତ୍ର ଓ ଯୁବ ବର୍ଗ ଉପରେ ଫୋକସ ରହିବ । ଆସନ୍ତାକାଲି ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ସମସ୍ତ ଜିଲ୍ଲା ସଦର ମହକୁମା ଯୋଡି ହେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ଦିନ ମାନଙ୍କରେ ଅନ୍ୟ ବିଧାନସଭା କ୍ଷେତ୍ର ଗୁଡିକରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯିବ । ସେହିପରି କାର୍ଯ୍ୟକ୍ରମ ରୂପାନ୍ତରଣ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନିକଟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରାରେ ଜନ ସାଧାରଣଙ୍କ ବିପୁଳ ସମର୍ଥନ ମିଳିଛି । ସେଥିପାଇଁ ଓଡିଶାବାସୀଙ୍କ ନିକଟରେ ଆମେ କୃତଜ୍ଞତା ଜ୍ଞାପନ କରୁଛୁ । ଓଡ଼ିଶାବାସୀ ବିଜୁ ଜନତା ଦଳକୁ ବିରୋଧୀ ଦଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ଗଣତନ୍ତ୍ରରେ ସରକାରୀ ଦଳର ଯେତିକି ଆବଶ୍ୟକତା ଅଛି, ବିରୋଧୀ ଦଳର ମଧ୍ୟ ସେତିକି ଆବଶ୍ୟକତା ଅଛି । ତେଣୁ ଗୋଟିଏ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ଜନ ସାଧାରଣଙ୍କ ଆବଶ୍ୟକତାକୁ ପୁରା କରିବୁ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବୁ ବୋଲି ଶ୍ରୀ ଦାସବର୍ମା କହିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରାଜ୍ୟରେ ଡାକ୍ତର ମାନଙ୍କ ଆନେ୍ଦାଳନ ପ୍ରସଙ୍ଗ by Proprietor Abhimanyu Maharana July 4, 2026 NAFED Odisha and GM University Collaborate to Celebrate Cooperative Week, Empowering Farmers of Western Odisha by Proprietor Abhimanyu Maharana July 4, 2026 କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା" ଅବକାରୀ ଅଧିକ୍ଷକ by Proprietor Abhimanyu Maharana July 4, 2026 ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲା by Proprietor Abhimanyu Maharana July 4, 2026 ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି by Proprietor Abhimanyu Maharana July 4, 2026 ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର by Proprietor Abhimanyu Maharana July 3, 2026