୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ସୋମବାର ନି -କ୍ଷୟ ମିତ୍ର ରେଜିଷ୍ଟ୍ରେସନ ଓ ସଚେତନତା କାର୍ଯ୍ୟକ୍ରମ ସହ ଖାଦ୍ୟ ପୁଡିଆ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି l ସ୍ୱାସ୍ଥ୍ୟ ଅଧିକାରୀ ଡା ସମିମ ସୁମନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଯକ୍ଷ୍ମା ସଂଯୋଜିକା ତୃପ୍ତି ରେଖା ପରିଡା ଉପସ୍ଥିତ ଟିବି ରୋଗୀ ମାନଙ୍କୁ ସ୍ୱାଗତ କରିଥିବାବେଳେ ଡା ଲୋକନାଥ ସାହୁ, ବିପିଏମ ସ୍ମୃତିରେଖା ମହାନ୍ତି,2025ସୁଦ୍ଧା ଆମଦେଶରୁ ଯକ୍ଷ୍ମା ରୋଗକୁ ହଟାଇବା ପାଇଁ ଆରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର 2ବର୍ଷ ପୂର୍ତ୍ତି ଉପଲକ୍ଷେ ଗୋଷ୍ଠିରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖସହ ଏହି ଅଭିଯାନ ଅନ୍ତର୍ଗତ ଏକ ଅଭିନବ କାର୍ଯ୍ୟପନ୍ଥା ନି -କ୍ଷୟ ମିତ୍ର ବାବଦରେ ଆଲୋଚନା କରିଥିଲେ l

