ସ୍ବାଧିନତା ଦିବସରେ ମହାନତା ଦେଖାଇଲେ ଯୁବ ନେତା ଅଭିଳାଷ ମାଣିଆ ।।

ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର : ୭୪ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ବର ଉପକଣ୍ଠ ସ୍ଥିତ ଟଙ୍କ ପାଣୀ ରୋଡ ଭୁବନେଶ୍ବର ଗ୍ରାଣ୍ଡ କନଭେନସନ ନିକଟ ସୁଶାନ୍ତ ବିହାର ବସ୍ତିରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ତରଫରୁ ଯୁବ ସମାଜସେବୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅସହାୟ ଲୋକମାନଙ୍କୁ ମାସ୍କ,ସାନିଟାଇଜର ଓ ରାସନ କିଟ ପ୍ରଦାନ କରାଯାଇଛି ।।

ଟିମ୍ ଅଫ ଅଭିଳାଷ ମାଣିଆ ସଂଗଠନର ସଦସ୍ୟ ମାନଙ୍କ ଦ୍ଵାରା ଏହି ବିଶ୍ବ ମହାମାରୀ କରୋନା ଆରମ୍ଭରୁ ଆଜି ଯାଏ ଶ୍ରୀଯୁକ୍ତ ଅଭିଳାଷ ମାଣିଆ ତରଫରୁ ଲୋକମାନଙ୍କ ସୁଖଦୁଃଖରେ ସାମିଲ୍ ହେବା ପାଇଁ ପ୍ରୟାସ ଜାରି ରହିଛି ଏହି ପରିପ୍ରେକ୍ଷୀରେ ଆଜି ଯୁବ ନେତା ଶ୍ରୀଯୁକ୍ତ ଅଭିଳାଷ ମାଣିଆ ତାଙ୍କ ଟିମ ସହ ଭୁବନେଶ୍ବର ଉପକଣ୍ଠ ସୁଶାନ୍ତ ବିହାର ବସ୍ତିରେ ପହଞ୍ଚି ସେଠିକାର ବାସିନ୍ଦା ମାନେ ଯେଉଁ ଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା ସହ ଏହି

ମହାମାରୀ କରୋନା ସମୟରେ ଲୋକମାନେ ପିଇବା ପାଣିର ସୁବିଧାରୁ ବଞ୍ଚିତ ରହୁଛନ୍ତି ତାହା ଦେଖୀ ଦୁଃଖ ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ଟିମ୍ ଅଫ ଅଭିଳାଷ ମାଣିଆ ସଂଗଠନର ସଦସ୍ୟ ତଥା ଛାତ୍ର ନେତା ସାହାରୁଖ ଖା,ଅନିଲ ମାଟିଆ,ଦିଲ୍ଲୀପ କୁମାର ନାୟକ, ସୁମନ କୁମାର ଜେନା, ବାଦଲ କୁମାର ପରିଡା, ବିଶ୍ବଜିତ୍ ସାହୁ ,ବିକାଶ ମହାନ୍ତିଙ୍କ ସହ ଅନ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ

Exit mobile version