ବନମାଳୀପୁର : ଆମଣlକୁଦ-ନୂଆଗାଁ ସରକାରୀ ରାସ୍ତାରୁ ଲକ୍ଷାଧିକ ଟଙ୍କାର ଜୀବନ୍ତ ଗଚ୍ଛ କାଟିନେଲେ, ପ୍ରଶାସନ ଚୁପ୍

୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା  :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ୍ ଅନ୍ତ୍ରର୍ଗତ ବନମାଳୀପୁର ଆମଣlକୁଦ ବାଙ୍କୁଆ ସରକାରୀ ରାସ୍ତାର ପ୍ରାଚୀ ନଦୀ ବ୍ରିଜ ନିକଟରେ ଥିବା ଲକ୍ଷାଧିକ ଟଙ୍କାର ଏକ ବିରାଟକାୟ ଜୀବନ୍ତ ଗଛକୁ ଚୋରା କାଠ ବେପାରୀ ଏବଂ ବିଭାଗୀୟ ସରକାରୀ ଅଧିକାରୀଙ୍କ ମିଳିତ ସହଯୋଗରେ କାଟି ନେଇଯାଇଛନ୍ତି। ସେଥିନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି ।

ଏଣୁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ବିଭାଗ ମନ୍ତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପାଳ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ଜୀବନ୍ତ ଗଛକୁ କାଟି ଥିବା ସଂପୃକ୍ତ ସରକାରୀ କରଂଚାରୀ ଏବଂ ଚୋରା କାଠ ବେପାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରି ଗିରଫ କରିବାକୁ ଦାବୀ କରାଯାଇଅଛି ନଚେତ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ପ୍ରକାଶ ଯେ ନୂତନ ଭାବେ ବନମାଳୀପୁର ନୂଆଗାଁ ରାସ୍ତା ସମ୍ପ୍ରସାରଣ ଲାଗି ରାସ୍ତା ପାର୍ଶୋରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜୀବନ୍ତ ଗଛକୁ କାଟି ସରକାରୀ ଅଧିକାରୀଙ୍କ ସହାୟତାରେ ବିକ୍ରୀ କରାଯାଇଥିବାର ସ୍ଥାନୀୟ ଅଞ୍ଚଳବାସି ଦୁଃଖଭରା କଣ୍ଠରେ କହିଛନ୍ତି । ରାଜ୍ୟ ସରକାର ଜୀବନ୍ତ ଗଛକୁ କାଟିବାର ଆଇନ କଡ଼ା କଡି କରିଥିବାବେଳେ ଏହି ରାସ୍ତାରୁ ବେ ଆଇନ ଭାବେ ଜୀବନ୍ତ ଗଛକୁ କାଟି କିପରି ବିକ୍ରୀ କରା ଯାଉଛି ଏହି ବେଆଇନ ଜୀବନ୍ତ ଗଛ କଟାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ସରକାର ଗଛ କଟା ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର ରାଜସୋ ତଥା ଅର୍ଥ ହରାଉଛନ୍ତି ବୋଲି କୁହାଯାଏ ।

Exit mobile version