ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲକ୍ଷାଧିକ ଟଙ୍କ : ର ସୁନା ମୁକୁଟ, ରୂପା ଅଳଂକାର ସମେତ ଠାକୁରଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି

୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ତ୍ରିବେଣୀ ତୀର୍ଥ କ୍ଷେତ୍ରର ବେଲେଶ୍ୱର ମନ୍ଦିର ଏବଂ ବନମାଳୀପୁର ଦିୱାନି ପାଟଣା ଗ୍ରାମର ପ୍ରସିଦ୍ଧ ଦୁଲ୍ଲ।ଦେବୀ ମନ୍ଦିରରୁ ଗୋଟିଏ ରାତିରେ ଦୁର୍ବୃତ୍ତମାନେ ଠାକୁରଙ୍କ ଅଷ୍ଟଧାତୁ ମୂର୍ତ୍ତି, ସମେତ ଲକ୍ଷାଧିକ ଟଙ୍କାର ସୁନା, ରୂପା, ପିତଳ ଅଳଂକାର ଲୁଟି ନେଇଛନ୍ତି । ଗ୍ରାମବାସୀଙ୍କ ଦ୍ବାରା ଜଣେ ଚୋରକୁ କାବୁ କରାଯାଇଛି , ଅନ୍ୟମାନେ ଚମ୍ପଟ୍ ମାରିଛନ୍ତି । ବାଲିପାଟଣା ଏବଂ ବନମାଳୀପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏବେ ପାର୍ବଣ ଋତୁରେ ସକ୍ରିୟ ହୋଇଛନ୍ତି ଚୋର ,କିଛି ଦିନ ଧରି ସହରରେ ଦୁର୍ବୃତ୍ତମାନେ ଲୁଟ କରିବାର ଆତଙ୍କରାଜ ଚଳାଇ ଥିବାବେଳେ ଏବେ ମଠ, ମନ୍ଦୀରରେ ଲୁଟ୍ କରିବା ପାଇଁ ଟାର୍ଗେଟ କରୁଛନ୍ତି । ଗତ କାଲି ରାତିରେ ବାଲିପାଟଣା ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ଲୁଟ୍ ଆରମ୍ଭ କରିଛନ୍ତି। ପୁରାଣ ପ୍ରସିଦ୍ଧ ପ୍ରାଚୀନଦୀ ସ୍ଥିତ ତ୍ରିବେଣୀଶ୍ୱରର ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଅଷ୍ଟଧାତୁ ସର୍ପ , ପିତଳ ସର୍ପ, ଶିବ ପାର୍ବତୀଙ୍କ ରୂପା ,ସୁନା ମକୁଟ ,ସୁନା ଆଖି ଚିତା ଓ ଅନ୍ୟ ଅଳଂକାର ଲୁଟି ନେଇଥିବା ବେଳେ ବନମାଳୀପୁର ନିକଟ ଦିୱ।ନି ପାଟଣା ଗ୍ରାମର ଅଧିଷ୍ଠାତ୍ରୀ ଦୂଲ୍ଲ।ଦେବୀଙ୍କ ଅଳଂକାର ଲୁଟି ନେଇଛନ୍ତି ,ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି ।

ଏହି ମନ୍ଦିର ଦୁଇଟି ଭୁବନେଶ୍ୱରର କମିଶନରେଟ ପୋଲିସ ଅଧିନରେ ରହିଛି । ବନମାଳୀପୁର ଫାଣ୍ଡିରେ ପୋଲିସ କର୍ମଚାରୀଙ୍କ ବହୁ ଅଭାବ ରହିଥିବାରୁ ଠିକ୍ ଭାବରେ ପେଟ୍ରୋଲିଂ କରିବାର ଅସୁବିଧା ସୃଷ୍ଟି ହୋଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଏହି ଫାଣ୍ଡିକୁ ଅଧିକ ପରିମାଣର ପୋଲିସ କର୍ମଚାରୀ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି । ଚୋରମାନେ ଦାନ ହୁଣ୍ଡିକୁ ଭାଙ୍ଗି ପାରି ନାହାଁନ୍ତି , ଜଣେ ଚୋରକୁ କାବୁ କରି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି। ଅନ୍ୟ ଚୋରଙ୍କୁ ଧରିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ଚୋରୀ ଘଟଣାରେ ସଂପୃକ୍ତ ଅପରାଧୀକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।

Exit mobile version