୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀମନ୍ଦିର ସେବାୟତ ପରିବାରର କୁଆଁରୀ ଛୋଟ ଝିଅ ମାନେ ଆଶ୍ବିନ ମାସ ଶୁକ୍ଳପକ୍ଷ ପଞ୍ଚମୀରେ ପବିତ୍ର ତୀର୍ଥ ପୁଷ୍କରିଣୀ ମାର୍କଣ୍ଡରେ ନେତ ପୂଜା କରିବା ପରମ୍ପରା ରହିଛି । କୁଆଁରୀ କନ୍ଯା ମାନେ ଭଲ ବର ପାଇବା ପାଇଁ ଏହି ବ୍ରତ ପାଳନ ବିଧି ରହିଛି । ପଞ୍ଚମୀ ରୁ ଅଷ୍ଟମୀ ପର୍ଯ୍ୟନ୍ତ ପୁଷ୍କରିଣୀ କୂଳରେ ଋଷି ମାନଙ୍କୁ ପୂଜା କରିଛନ୍ତି । ସଂଧ୍ଯାରେ ଜହ୍ନି ଫୁଲ ଓ ଫଳ ଆଦି ବଳି ପୂଜା କରିଥାନ୍ତି । ଜହ୍ନ ଦେଖିବା ପରେ ମହାପ୍ରସାଦ ସେବନ ବିଧି ରହିଛି । ଅଢେଇ ବର୍ଷ, ପାଞ୍ଚ ବର୍ଷ, ସାତ ବର୍ଷ ଓ ନଅ ବର୍ଷର କନ୍ଯା ମାନେ ଏହି ପୂଜା କରିବା ସହ ଗୀତ ବୋଲି ଆଞ୍ଜୁଳା ପ୍ରଦାନ କରିଥାନ୍ତି । ଗୁଆ,ସାତଟି କାଉଡିକୁ ଫରୁଆରେ ରଖି ଶିବଙ୍କୁ ପୂଜା କରିଥାନ୍ତି । ପାରମ୍ପରିକ ବେଶରେ ପାଟଲୁଗାକୁ କଛା ମାରି ପିନ୍ଧିଥାନ୍ତି ।
