ଫନୀ ଆବାସ ଦୁର୍ନିତି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ 

୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ  :-> ବାଙ୍କୀ ତହସିଲ ପକ୍ଷରୁ ଚିହ୍ନଟ ହୋଇଥିବା ଫନୀ କ୍ଷତିଗ୍ରସ୍ତଙ୍କୁ ସମ୍ପୂର୍ଣ୍ଣ ବାଦ ଦେଇ ବାଙ୍କୀ ବ୍ଲକ ବାଉଁଶପୁଟ ଗ୍ରାମ ପଂଚାୟତରେ ସମସ୍ତ ଅଯୋଗ୍ୟ (କୋଠାଘର ଥିବା) ବ୍ୟକ୍ତିଙ୍କୁ ବେନିୟମ ଭାବେ ଫନୀ ଯୋଜନାରେ ସାମିଲ୍ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସାହାଯ୍ୟ ପ୍ରଦାନ କରାଯାଇଥିବା ସହିତ ଘଟଣାରେ ପଂଚାୟତବାସୀ ବିଶେଷ ଭାବରେ ଦୁଃଖିତ ଓ ମର୍ମାହତ ହୋଇପଡିଛନ୍ତି । ଆବାସ ଘରରୁ ବଞ୍ଚିତ ହୋଇଥିବା ଅସହାୟ ବିଧବା ମହିଳା ରଶ୍ମିତା ଗଣ୍ଠିଆଙ୍କ ଆତ୍ମାହୂତି ଚେତାବନୀ ଘଟଣାରେ ପଂଚାୟତବାସୀମାନେ ମର୍ମାହିତ ହୋଇପଡିଛନ୍ତି ।

ଏହି ସଂପର୍କରେ ସଠିକ୍ ଭାବରେ ଅନୁଧ୍ୟାନ ଓ ତଦନ୍ତ କରାଯିବା ସହିତ ତଦନ୍ତ ରିପୋର୍ଟ ସାର୍ବଜନୀନ ଦାବି କରି ସାମାଜିକ କର୍ମୀ ମନୋଜ କୁମାର ପଣ୍ଡା ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଚଳାଇଛନ୍ତି । ତାଙ୍କୁ ସମର୍ଥନ ଜଣାଇ ବାଉଁଶପୁଟ ଗ୍ରାମପଂଚାୟତର ଦିଲ୍ଲିପ୍ ମନ୍ତ୍ରୀ ,ଧଡେଶ୍ୱର ପରିଡା, ସଂଜୟ ପ୍ରଧାନ, ଗଣେଶ ପରିଡା, କାର୍ତ୍ତିକ ରାଉତ, ପବିତ୍ର ମୋହନ ରାଉତ, ସିଲୁ ରାଉତ, ପିଣ୍ଟୁ ସେନାପତି, ସନ୍ତୋଷ ମନ୍ତ୍ରୀ, ନରେଶ ଦଳେଇ ସମେତ ବହୁ ବ୍ୟକ୍ତି ଆଜି ଅନଶନରେ ସାମିଲ୍ ହୋଇଛନ୍ତି । ଏ ସଂପର୍କରେ ସଠିକ୍ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନା ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

Exit mobile version