୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଆଶ୍ରମ ବିଦ୍ୟାଳୟ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସ୍ତିତ୍ୱ ଆନୁକୁଲ୍ୟରେ ନିଶାନିବାରଣ ଓ ନିଶା ଦ୍ରବ୍ୟକୁ ବର୍ଜନ କରିବା ପାଇଁ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଶା ଦ୍ରବ୍ୟ ବର୍ଜନ ସହିତ ସେମାନଙ୍କ ପରିବାର ବର୍ଗଙ୍କୁ ନିଶାରୁ ମୁକ୍ତି ନିମନ୍ତେ ପରାମର୍ଶ ଦିଆଯିବା ସହିତ ଶପଥପାଠ କରାଯାଇଥିଲା ।
