Home ଓଡ଼ିଶା ଜନ ସମ୍ପର୍କ ପଦଯାତ୍ରା ରେ କମ୍ପିଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ : ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ – ବିଜେପି ର ମିଛ ଧରାପଡ଼ିଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜନ ସମ୍ପର୍କ ପଦଯାତ୍ରା ରେ କମ୍ପିଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଜନ ସମୁଦ୍ର ପ୍ରମାଣିତ କଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରିୟତା ସବୁଠି ଗୋଟିଏ ସ୍ୱର ରମେଶ ଭାଇ ଏକ ନମ୍ବର ମା ମାନଙ୍କୁ ପଚାଶହଜାର ଟଙ୍କା, ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା l ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ l କିନ୍ତୁ ଫଳ ଶୂନ, ଏବେ ବିଜେପି ର ମିଛ ଧରାପଡ଼ିଯାଇଛି l ୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ବିଜୁ ଜନତା ଦଳ ର ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଦଶପଲ୍ଲା ବ୍ଲକ ଏବଂ ଏନ.ଏ.ସି ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଆରାଧ୍ୟ ଠାକୁର ମହାବୀର ଙ୍କ ମନ୍ଦିର ଠାରୁ ମେଳିଆ ତୋଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଲେ ଯେ ସେବା ସ୍ୱାଭିମାନ ବିଜେଡି ର ମନ୍ତ୍ର.ବିକାଶ ହେଉଛି ବିଜେଡି ର ପରିଚୟ.ବିଜେଡି ର ଚବିଶ ବର୍ଷ ଶାସନରେ ବିକାଶ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ବିକାଶ ର ବିଭିନ୍ନ ମାନକ ରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ.ଆର୍ଥିକ ସ୍ଥିରତା ଆସିଛି lଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଗରିବୀ ସତୁରି ପ୍ରତିଶତ ରୁ କମି ଦଶ ପ୍ରତିଶତ ରେ ପହଂଚିଛି. ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କୋଟି କୋଟି ଲୋକ ସୁବିଧା ପାଉଥିଲେ l କିନ୍ତୁ ବିଜେପି ସରକାର ଯୋଜନା ର ନାମ ପରିବର୍ତ୍ତନ କୁ କଟାକ୍ଷ କରି ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ l ସେ କହିଲେ ଯେ ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନ କୁ ଆସିଛି l ବିଜେପି ର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ଯେ ତିନିଶହ ୟୁନିଟ ମାଗଣା ବିଜୁଳି lମା ମାନଙ୍କୁ ପଚାଶହଜାର ଟଙ୍କା, ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା l ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ l କିନ୍ତୁ ଫଳ ଶୂନ.ଏବେ ବିଜେପି ର ମିଛ ଧରାପଡ଼ିଯାଇଛି l ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ରମେଶ କହିଥିଲେ l ଦରଦାମ ଉପରେ ଲଗାମ ନାହିଁ.ମା ମାନେ ଥାନା ରେ ବି ସୁରକ୍ଷିତ ନୁହନ୍ତି.ସରକାରୀ କର୍ମଚାରୀ ରାଜଭବନ ରେ ବି ସୁରକ୍ଷିତ ନୁହଁନ୍ତି l ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି. ତେଣୁ ବିଜେପି ର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ରମେଶ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା lଉକ୍ତ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳ ଦଳୀୟ କର୍ମକର୍ତ୍ତା,ଶୁଭେଛୁ,ସମର୍ଥକ ଓ ଜନସାଧାରଣ ଙ୍କ ସହ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଜେପି ସରକାର ର ବିଭିନ୍ନ ବିଫଳତା ବିଷୟରେ ଲୋକ ମାନଙ୍କୁ ସଚେତନତା କରିଥିଲେ । ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଲେ ଲୋକଙ୍କ ଭଲ ପାଇବା ବିଜେଡି ର ସବୁଠାରୁ ବଡ଼ ଶକ୍ତି.୨୦୨୪ ନିର୍ବାଚନ ରେ ବିଜେପି ସରକାର କୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି. ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ କ୍ଷମତା ରେ ଥାନ୍ତୁ ଵା ନ ଥାନ୍ତୁ ଶେଷ ପର୍ଯ୍ୟନ୍ତ ଦଶପଲ୍ଲା ବାସୀଙ୍କ ର ଓ ଦଶପଲ୍ଲା ମାଟି ର ସେବା କରିଚାଲିଥିବେ l ଏଭଳି ଜନ ସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ । ଏଭଳି ଜନ ସମୁଦ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ଥିବା ଭଲପାଇବା କୁ ପ୍ରମାଣିତ କରିଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026