Home ଓଡ଼ିଶା ସିଗ୍ରାମର ରୟାଲ ଷ୍ଟାଗ୍ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ପକ୍ଷରୁ ସୂର୍ଯ୍ୟ କୁମାର ଯାଦବଙ୍କ ସହ ନୂଆ ଅଭିଯାନର ଶୁଭାରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତରେ ପାର୍ବଣର ଉତ୍ସାହକୁ ଆରମ୍ଭ କରି ରୟାଲ ଷ୍ଟାଗ୍ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର, ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ନାମକ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛି । ଆଜିର ଯୁବପିଢ଼ି କିପରି ନିଜର ନିଆରା ଶୈଳୀ ଓ ଶକ୍ତିରେ ବିଭିନ୍ନ ଉତ୍ସବ ପାଳନ କରିବାକୁ ଚାହୁଁଛନ୍ତି ତାହା ଏହି ଅଭିଯାନରେ ଦର୍ଶାଯାଇଛି । କ୍ୟାମ୍ପେନ୍ ଟ୍ୟାଗ୍ ଲାଇନ୍ – ‘ଜେନେରେସନ୍ ଲାର୍ଜ କା ସେଲିବ୍ରେସନ୍ ଲାର୍ଜଌ୰୩୯;, ବ୍ରାଣ୍ଡର ଲିଭ୍ ଇଟ୍ ଲାର୍ଜ ଦର୍ଶନ ସହିତ ଯୁବପିଢ଼ିଙ୍କ ଏହି ଇଚ୍ଛାକୁ ସୁନ୍ଦର ଭାବରେ ପ୍ରସ୍ତୁତ କରିଛି । ଏହି ଅଭିଯାନରେ ଭାରତର ଟି-୨୦ କ୍ରିକେଟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଅଭିନୟ କରିଛନ୍ତି ଏବଂ ଏହା ଏକ ଇଂଟରଆକ୍ଟିଭ୍ ଏଆଇ ଚଳଚ୍ଚିତ୍ର, ଏକ ଅଭିନବ ଏଆର-ସକ୍ଷମ ଉତ୍ସବ କ୍ୟାନଭାସ୍ ଏବଂ ନିଜେ ଭାରତୀୟ କ୍ରିକେଟ୍ ସୁପରଷ୍ଟାର ସୂର୍ଯ୍ୟ କୁମାର ଯାଦବଙ୍କ ସହ ଉତ୍ସବ ପାଳନ କରିବାର ସୁଯୋଗ ସହିତ ଏକ ନିୟୋଜିତ ୩୬୦ ଅଭିଯାନ ଅନ୍ତର୍ଭୁକ୍ତ ରହିଛି । ଏହାକୁ କ୍ରିଏଟିଭ୍ ଏଜେନ୍ସି ପାର୍ଟନର ଏଫସିବି ଇଣ୍ଡିଆ ସହଯୋଗରେ ଆରମ୍ଭ କରାଯାଇଛି । ଏହି ଅଭିଯାନ ଚଳଚ୍ଚିତ୍ରରେ ବିଭିନ୍ନ ଅଂଚଳର ସମସ୍ତ ପ୍ରମୁଖ ଉତ୍ସବକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ସହ ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ କରିବାକୁ ଦର୍ଶକଙ୍କୁ ଆମନ୍ତ୍ରଣ କରାଯାଇଛି । ଏହା ସହିତ, ପ୍ରିଂଟ ଓ ଆଉଟଡୋର କ୍ୟାମ୍ପେନ କମ୍ୟୁନିକେସନରେ କ୍ୟୁଆର କୋଡ୍ ସ୍କାନିଂ କରିବା ପରେ ଦର୍ଶକ ମାନେ ଫେଷ୍ଟିଭାଲ କ୍ୟାନଭାସର ଏକ ଏଆର ଭର୍ସନ ଖୋଲିପାରିବେ, ଯେଉଁଥିରେ ଉତ୍ସବର ବିଭିନ୍ନ ଦିଗକୁ ସୁନ୍ଦର ଭାବରେ ଦର୍ଶାଯାଇଛି । ଏହା ସମ୍ପର୍କରେ ପର୍ନୋଡ୍ ରିକାର୍ଡ ଇଣ୍ଡିଆର ମୁଖ୍ୟ ମାର୍କେଟିଂ ଅଫିସର ତଥା ଗ୍ଲୋବାଲ ବିଜନେସ୍ ଡେଭଲପମେଂଟର ମୁଖ୍ୟ କାର୍ତିିକ ମୋହିନ୍ଦ୍ରା କହିଛନ୍ତି, “ପର୍ବପର୍ବାଣି ହେଉଛି ଯୁବପିଢ଼ିଙ୍କ ପାଇଁ ସେମାନଙ୍କର ଅନନ୍ୟ ଶୈଳୀ ଓ ଶକ୍ତି ରେ ପରିପୂର୍ଣ୍ଣ ହେବା ଏବଂ ଆଗାମୀ ବର୍ଷମାନଙ୍କ ପାଇଁ ସ୍ମରଣୀୟ ସ୍ମୃତି ସୃଷ୍ଟି କରିବା ଏବଂ ନିଶ୍ଚିତ ଭାବରେ ଲିଭ୍ ଇଟ୍ ଲାର୍ଜ ପାଇଁ ଏକ ଉପଯୁକ୍ତ ଅବସର । ବ୍ରାଣ୍ଡ୍ ଆଦର୍ଶ ଅନୁଯାୟୀ, ଯତ୍ନର ସହ ପ୍ରସ୍ତୁତ ଆମର ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ୩୬୦ ଡିଗ୍ରୀ ଅଭିଯାନ ବହୁମୁଖୀ ଅନୁଭୂତି ପ୍ରଦାନ କରୁଛି, ଏହି ଯୁବ ମନୋଭାବକୁ ପ୍ରତିଫଳିତ କରୁଛି ଏବଂ ଜେନେରେସନ୍ ଲାର୍ଜକୁ ସର୍ବବୃହତ ଉତ୍ସବ ପାଳନ କରିବାକୁ ସକ୍ଷମ କରିଛି ।” ଏଫସିବି ଇଣ୍ଡିଆର ମୁଖ୍ୟ କ୍ରିଏଟିଭ୍ ଅଫିସର ମୟୂରେଶ ଦୁଭାଶୀ କହିଛନ୍ତି, “ଚଳିତ ବର୍ଷ ଆମର ଅଭିଯାନ ହାସଟ୍ୟାଗ ସେଲିବ୍ରେଟ୍ ଲାର୍ଜ ମାଧ୍ୟମରେ ଆମେ ଏହି ପିଢ଼ିକୁ ସେମାନଙ୍କ ଉତ୍ସବକୁ ଉପଭୋଗ କରିବା ପାଇଁ ଏକ ପ୍ରଥମ ଇଂଟରଆକ୍ଟିଭ୍ ପ୍ଲାଟଫର୍ମ ପ୍ରଦାନ କରୁଛୁ ଯାହା ପୂର୍ବରୁ କେବେ ହୋଇନଥିଲା । ରିଜେନେରେଟିଭ୍ ଏଆଇ, ଏଆର ଏବଂ ଖାଦ୍ୟ, ଉପହାର, ସଙ୍ଗୀତ, ଫ୍ୟାଶନ ସୁପାରିଶ ଏବଂ ଏକ ନୂତନ ଭାଇବ୍ରାଂଟ ଉତ୍ସବ କ୍ୟାନଭାସ ମାଧ୍ୟମରେ ଆମେ ସେମାନଙ୍କୁ ଲିଭ୍ ଇଟ୍ ଲାର୍ଜ ପାଇଁ ପ୍ରେରଣା ଦେବାକୁ ଚାହୁଁଛୁ ।” Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026