୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦୁଝର :-> ପ୍ରଫେସର ବାଉରୀବନ୍ଧୁ କରଙ୍କ ଦ୍ଵାରା ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ପ୍ରାୟୋଜିତ ଓ ଧରଣୀଧର ବିଶ୍ଵବିଦ୍ୟାଳୟ, କେନ୍ଦୁଝର ଦ୍ଵାରା ଆୟୋଜିତ ଚତୁର୍ଥ ରାଜ୍ୟ ସ୍ତରୀୟ ପ୍ରଫେସର ବାଉରୀବନ୍ଧୁ କର ସ୍ମାରକୀ ସାରସ୍ଵତ ସମାରୋହ ଓ ଜାତୀୟ ଆଲୋଚନା ଚକ୍ର ଆଜି ଧରଣୀଧର ବିଶ୍ଵବିଦ୍ୟାଳୟର ଦକ୍ଷିଣ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଆଲୋଚନା ଚକ୍ରକୁ ଉଦ୍ଘାଟନ କରିଥିଲେ।
