ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ କାନାରା ବ୍ୟାଙ୍କର ସାନିଟାରୀ ନ୍ୟାପକିନ୍‌ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନ୍ୟାପକିନ୍ ଡିସପୋଜାଲ ମେସିନ ବିତରଣ

୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଛାତ୍ରୀ ଓ ମହିଳା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କାନାରା ବ୍ୟାଙ୍କ ତରଫରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକରେ ସାନିଟାରୀ ନ୍ୟାପକିନ୍ ଭେଣ୍ଡିଂ ମେସିନ୍‌ ସହିତ ପରିବେଶ ଅନୁକୂଳ ଡିସପୋଜାଲ ମେସିନର ସ୍ଥାପନା କରାଯାଇଛି ।

ଏହି କ୍ରମରେ ବ୍ୟାଙ୍କର ରାଜ୍ୟ ମୁଖ୍ୟ ତଥା ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ରମାଦେବୀ ୟୁନିଭରସିଟିକୁ ଏହି ମେସିନ୍ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ଚନ୍ଦର ବ୍ୟାଙ୍କର ସ୍ୱତନ୍ତ୍ର ସଞ୍ଚୟ ଜମା ଆକାଉଣ୍ଟ “କାନାରା ଆସ୍‌ପାୟାର” ସମ୍ବନ୍ଧରେ ସମସ୍ତଙ୍କୁ ସୂଚନା ଦେଇଥିଲେ ।

“କାନାରା ଆସ୍‌ପାୟାର”ଅନ୍ତର୍ଗତ କୋର୍ସେରାରୁ ମାଗଣା ସାର୍ଟିଫିକେଟ୍ କୋର୍ସ, ଶିକ୍ଷା ଋଣ ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ରିହାତି, ଭବିଷ୍ୟତରେ ବେତନ ଆକାଉଣ୍ଟ ସହ ସମାନ ଆକାଉଣ୍ଟ ଅପ୍‌ଗ୍ରେଡ୍ କରିବାର ସୁବିଧା, ବିମାନ ବନ୍ଦର, ବୁକ୍ ମାଇଁ ଶୋ, ଆମାଜନ୍‌, ଗାନା ଡଟ୍ କମ୍ ଏବଂ ସ୍ୱିଗି ଆଦିରେ ଡେବିଟ କାର୍ଡ ଆଧାରିତ ଅଫର ଆଦି ଉପଲବ୍ଧ । ବ୍ୟାଙ୍କର ଏହି ପଦକ୍ଷେପ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଛି ।

Exit mobile version