୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ପଦଯାତ୍ରା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପୂର୍ବରୁ ବିଜୁ ଜନତା ଦଳ ଯେଉଁଭଳି ଢଙ୍ଗରେ ସମସ୍ତ କାର୍ୟ୍ୟ କରୁଥିଲା ସେହି ସମାନ ଢଙ୍ଗରେ ସମସ୍ତ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

