୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଗୋଧ୍ୱଜା ଉତ୍ତୋଳନ ଓ ଗୋମାତାକୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବା ପାଇଁ ସାରା ଭାରତବର୍ଷ ପରିକ୍ରମା କରୁଥିବା ହିମାଳୟ ଜ୍ୟୋର୍ତିପୀଠର ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜ, ରବିବାର ଭୁବନେଶ୍ୱରସ୍ଥିତ ରେଳବାଇ ଅଡ଼ିଟୋରିୟମଠାରେ ଗୋଭକ୍ତ, ଗୋସେବକ ଓ ରାଷ୍ଟ୍ରବାଦୀ ହିନ୍ଦୁମାନଙ୍କର ଏକ ବିରାଟ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଲେ ଯେ, ଧର୍ମସମ୍ରାଟ କରପତ୍ରୀଜୀ ମହାରାଜ ୧୯୬୬ ମସିହାରେ ଗୋହତ୍ୟା ବିରୁଦ୍ଧରେ ଯେଉଁ ଆନ୍ଦୋଳନର ସୂତ୍ରପାତ କରିଥିଲେ, ମୁଁ କେବଳ ତାହାକୁ କ୍ରିୟାଶୀଳ କରିବା ପାଇଁ ସାରା ଭାରତବର୍ଷର ସମସ୍ତ ପ୍ରଦେଶକୁ ଯାଉଛି । ସବୁଠାରୁ ଭଲକଥା ହେଉଛି, କିଛି ରାଜ୍ୟରେ ମୋତେ ତୀବ୍ର ବିରୋଧ କରାଗଲା ।

