Home ଓଡ଼ିଶା କନ୍ଧମାଳରୁ ପ୍ରଥମ ଥର ପାଇଁ ଆଇଟିସି କିଣିଲା ହଳଦୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜୈବିକ ପଦ୍ଧତିରେ ହଳଦୀ ଚାଷ କରି ଲାଭବାନ୍ ହେଲେ ମହିଳା କମ୍ପାନୀ ଦ୍ବାରା ଦେଶ ବିଦେଶରେ ପହଞ୍ଚିବ ହଳଦୀ ୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲାରୁ ପ୍ରଥମ ଥର ପାଇଁ ଦେଶର ଏକ ବଡ଼ ବ୍ୟବସାୟିକ ଅନୁଷ୍ଠାନ କନ୍ଧମାଳ ହଳଦୀ କୁ ଉଚ୍ଚ ଦରରେ କ୍ରୟ କରି ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି । ହଳଦୀ ଚାଷୀମାନେ କମଦର ଯୋଗୁ ହଳଦୀ ଚାଷ କରିବାକୁ ଆଗ୍ରହ ପ୍ରକାଶ ନ କରି କ୍ରମେ ସେମାନେ ମକା ଓ ଉଦ୍ୟାନ ଚାଷ ପ୍ରତି ମନ ବଳାଉଥିଲେ । ତେବେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ ଜରିଆରେ ଆଇଟିସି (ଇଣ୍ଡିଆ ଟବାକୋ କମ୍ପାନୀ ଲିମିଟେଡ୍) ଆଦିବାସୀ ମହିଳାଙ୍କ ଠାରୁ ହଳଦୀ ଉଚ୍ଚ ଦରରେ କ୍ରୟ କରିଛି; ଯାହାଦ୍ବାରା ଚାଷୀମାନେ ଉତ୍ସାହିତ ହୋଇଛନ୍ତି । ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରଗତି ବନ ଧନ ବିକାଶ କେନ୍ଦ୍ରର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ୧୫ ମେଟ୍ରିକ ଟନ ହଳଦୀ ଅଧିକାରୀ ମାନେ ହଳଦୀ ପରିବହନ କରୁଥିବା ଆଇଟିସି କ୍ରୟ କରିଛି । ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ସବୁତକ ଅର୍ଥ ଏହି ସଂସ୍ଥା ସ୍ଵୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରିଛି । ଏବେ ହଳଦୀକୁ ଚାଷୀ ବଜାରରେ ମାତ୍ର ୧୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଆଇଟିସି କମ୍ପାନୀ ମହିଳା ଚାଷୀଙ୍କଠାରୁ ୧୬୮ ଟଙ୍କାରେ ଏହା କ୍ରୟ କରିଛି। ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ଭେଲୁଗୁ ଆସୋସିଏଶନ ପକ୍ଷରୁ ପ୍ରଥମ ହଳଦୀ ବୋଝେଇ ଟ୍ରକ ସୁଲୁମାହାରୁ ବାହାରିଛି । ଏହାକୁ ଅଧିକାରୀ ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କମ୍ପାନୀ ଦ୍ବାରା ସାରା ଦେଶ ଓ ବିଦେଶକୁ ଏହି ହଳଦୀ ବିଭିନ୍ନ ଉପାୟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି । ଅନୁଷ୍ଠିତ ବୈଠକରେ ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେଶନ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ରାହୁଲ କୁମାର, ଦେବାଶିଷ ନନ୍ଦ, କମ୍ବୁପାଣି ବାବୁ ଭେଲୁଗୁ ଆସୋସିଏଶନ ସମ୍ପାଦକ ବି.ସଞ୍ଜୀବ ରାଓ, ପ୍ରକଳ୍ପ ସଂଯୋଜକ ତିରୂପତି ରାଓ, ଆଞ୍ଚଳିକ ସଂଯୋଜକ ଜୀବନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଗତିବନ ଧନ ବିକାଶ କେନ୍ଦ୍ରର ମହିଳାଙ୍କୁ ଜୈବିକ ହଳଦୀ ଚାଷ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜୈବିକ ପଦ୍ଧତିରେ ହଳଦୀ ଚାଷ ପାଇଁ କୃଷି ବୈଜ୍ଞାନିକଙ୍କ ଦ୍ବାରା ଲିଖିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଉପସ୍ଥିତ କେନ୍ଦ୍ରର ମହିଳା ମାନେ ସେମାନଙ୍କୁ ଏକ ଦୋକାନ ଗୃହ ସହ ଗୋଦାମ ଗୃହ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ । ଏହା ହେଲେ ଆହୁରି ଅଧିକା ହଳଦୀ ଚାଷ କରି ଗୋଦାମରେ ଗଚ୍ଛିତ ରଖିବା ସହ ତାକୁ ପ୍ରସ୍ତୁତି କରି ବିକ୍ରି କରିବା ଲାଗି ସୁବିଧା ହେବ ବୋଲି କହିଥିଲେ । ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026