୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ ଗୌଡ଼ସାହିର ବିଧବା ମହିଳା ରଞ୍ଜିତା ବେହେରା ଝାଟିମାଟି ଘରେ ରହୁଥିଲେ। ବିଗତ ଦିନରେ ଲଗାଣ ବର୍ଷାରେ ଏହି ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଓଡ଼ିଶାକୁ ବିକଶିତ ରାଜ୍ୟ ନେଇ ସରକାରୀ ସ୍ତରରେ ଓ ଜନ ପ୍ରତିନିଧି ପ୍ରଚାର ପ୍ରସାର କରୁଥିବା ବେଳେ ଆଜିବି ଜରିପାଲ ତଳେ ବହୁ ପରିବାର ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହିଭଳି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ପ୍ରଚାର ପ୍ରସାର ସବୁ ଫିୟୁଜ ହେଲା ଭଳି ମନେ ହେଉଛି ।
