ନୀତି ଆୟୋଗ ଦ୍ୱାରା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ପୋରେଟ୍ ହସ୍ତାନ୍ତରରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଜୀବନ ଜିଇଁବାର ଅଧିକାର ପ୍ରଦାନ କରିଛି । ହେଲେ ପ୍ରତିଟି ମଣିଷକୁ ସ୍ଵାସ୍ଥ୍ୟ ସେବା ଯୋଗାଇ ନଦେଲେ ଏହି ମୌଳିକ ଅଧିକାର କାର୍ଯ୍ୟକ୍ଷମ ହେବା ସମ୍ଭବପର ନୁହେଁ । କରୋନା ମହାମାରୀର ମୁକାବିଲା କଲା ବେଳେ ଦେଶ ତଥା ବିଭିନ୍ନ ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଅତ୍ୟନ୍ତ ସ୍ପଷ୍ଟ ରୂପେ ଦେଶବାସୀଙ୍କ ନିକଟରେ ଉଜାଗର ହୋଇଅଛି ଓ ସେହି ସମୟରେ ଜନସ୍ୱାସ୍ଥ୍ୟ କ୍ଷେତ୍ରର ଅପାରଗତା ସ୍ପଷ୍ଟ ବାରି ହୋଇପଡିଥିଲା । କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟ ସହାୟତା ଦେଶବାସୀଙ୍କୁ ଯୋଗାଇବାରେ ବିଫଳ ହେତୁ ଅନେକ ଲୋକ ଚିକିତ୍ସା ବିନା ମୃତ୍ୟୁବରଣ କରିଥିଲେ ।
