ବିଇଡ଼ି ପାଠ ପଢିବାକୁ ଅର୍ଥ ଯୋଗାଡ଼ କରିବାକୁ ଗଲେ ଦାଦନ ହେଲେ ଅପହରଣ : ଟଙ୍କାଦେଲେ ମୁକୁଳିବେ ପରିବାର ଟଙ୍କା ଦେଲେ ମଧ୍ୟ ନିଖୋଜ ଅଛନ୍ତି ଚାରି ଯୁବକ

୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :->  ଦାଦନ ଖଟି ବାକୁ ଯାଇ ଅପହରଣ ହେଲେ ଚାରି ଯୁବକ l ଯୁବକ ମାନେ ହେଲେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ପଂଚାୟତ ର ଦାଉଦ ପଡ଼ରା 25 ,ବାପା ରା଼ହିଷା ପଦରା, ବିନୋଦ ପଡରା 18 ପିତା – କାର୍ଜି ପଡରା, ପଞ୍ଚା ପଡରା 21ପିତା କୁମ୍ଭାର ପଡରା, ସୁଜିତ ମଳିକ 28 ପିତା ବେଙ୍ଗଶା ମଳିକ, ମିଞ୍ଜାପଙ୍କା ର ଜଣେ ଓ 3 ଜଣ ପଣସ ପଦର ଗ୍ରାମର ଥିବା ଜଣ ପଡିଚି l ସୂଚନା ପ୍ରକାରେ ଏହି ଚାରୀ ଯୁବକ 28 ସେପ୍ଟେମ୍ବର ରେ ଘରୁ ତାମିଲଲଡୁ ଏରୋର ଯାଇଥିଲେ l

ଏରୋର ଷ୍ଟେସନ ପହଁଚିବା ପରେ ଯୁବକମାନେ ବିଶିଲାରୀ ୱାଟର କ୍ୟାମ୍ପାନୀ କୁ ଫୋନ୍ କରିଥିଲେ l ଉକ୍ତ କମ୍ପାନୀ ରୂ ଗାଡ଼ିରେ କିଛି ଲୋକ ଆସି ଏହି ଚାରି ଯୁବକ କୁ ଏକ ଅଜଣା ସ୍ଥାନକୁ ନେଇ ମାଡମାରି ଜଣକା 20 ହଜ଼ାର ଟଙ୍କାଦେଲେ ତମକୁ ଛାଡ଼ିବି ବୋଲି କହିଥିଲେ l ଯୁବକମାନେ ପରିବାର ଲୋକଙ୍କୁ ଫୋନ୍ କରି ଘଟଣା ସମ୍ପର୍କ ରେ କହିବା ସହିତ 80 ହଜ଼ାର ଟଙ୍କା ପଠାଇଲେ ଏମାନେ ଆମକୁ ଛାଡ଼ିବେ l ନ ହେଲେ ଆମକୁ ମାରିଦେବେ ବୋଲି କହିଥିଲେ l

ଅନ୍ୟପଟେ ପରିବାର ଲୋକ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଙ୍କୁ ଦେଖାକରି ଘଟଣା ସମ୍ପକରେ କହିଥିଲେ ସୁଦ୍ଧା ଥାନା ଅଧିକାରୀ ପରିବାର ଲୋକଙ୍କୁ ଦ୍ରୁବ୍ୟବହାର କରିବା ସହିତ ସେମାନେ ଦାଦନ ଗଲାବେଳେ କଣ ଆମକୁ କହି ଯାଇଥିଲେ କୀ ? ଆମେ କିଛି ପାରିବାରିବୁ ନାହିଁ l ମୁଖ୍ୟମନ୍ତ୍ରୀ କଡା ତାଗିତ କରିଥିଲେ ସୁଦ୍ଧା ସୁଧୁରି ନାହିଁନ୍ତି ପୋଲିସ ଅଧିକାରି l ଏ ନେଇ ବରିଷ୍ଠ ବିଜେପି ନେତା ବନ ମହାନ୍ତି ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ପରିବାର ଲୋକ ଭେଟି ଅଭିଯୋଗ ଜଣାଇବା ସହ ତୁରନ୍ତ ପିଲାମାନଙ୍କୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି l ଜିଲ୍ଲାପାଳ ଅମ୍ରିତ ଋତୁରାଜ ତୁରନ୍ତ ଯୁବକମାନଙ୍କୁ ଫେରାଇ ଆଣିବାକୁ ଆଶ୍ୱାସନା ଦେଇଛନ୍ତି l ଏସପିଙ୍କ ସହିତ କଥା ହୋଇ ତୁରନ୍ତ ପଦକ୍ଷପ ନିଆଯିବ ବୋଲି କହିଛନ୍ତି l

Exit mobile version