Home ଓଡ଼ିଶା ମୋହନା ପଞ୍ଚାୟତ ସମିତି ର ସପ୍ତମ ସାଧାରଣ ବୈଠକ ମୌଳିକ ସମସ୍ୟା ପ୍ରତି ଗୁରୁତ୍ଵ ଦେବାକୁ ଲୋକ ପ୍ରତିନିଧି ଙ୍କ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ । ଏହି ବ୍ଲକ କୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅଞ୍ଚଳ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । କିନ୍ତୁ ପ୍ରଶାସନର ଅବହେଳା ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ଲାଭ ଠିକ୍ ସମୟରେ ଲୋକଙ୍କ ନିକଟରେ ପହଞ୍ଚୁ ନାହିଁ ବୋଲି ଆଜି ସମିତି ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଏକତ୍ରିତ ଭାବେ ସ୍ୱର ଉତ୍ତୋଳନ କରିଥିଲେ । ଆଜିର ବୈଠକ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଲୋକସଭା ସାଂସଦ ତଥା ପୂର୍ବତନ ଓଡ଼ିଶା ର ମନ୍ତ୍ରୀ ନିର୍ବାଚିତ ପରେ ପ୍ରଥମ ଥର ମୋହନା ବ୍ଲକ ଗସ୍ତରେ ଆସି ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ସେହିପରି ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଅନ୍ୟତମ ଅତିଥି ଭାବେ ସମିତି ବୈଠକରେ ଉପସ୍ଥିତ ରହି ଉପସ୍ଥିତ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରିଥିଲେ । ବିଧାୟକ ଦାଶରଥି ଗମାଙ୍ଗ ନିଜ ବକ୍ତବ୍ୟରେ ମୋହନା ଅଞ୍ଚଳର ଉନ୍ନତି ନିମନ୍ତେ ରାଜନୀତି ଉର୍ଦ୍ଧରେ ରହି ସମସ୍ତେ ଏକ ହୋଇ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ । ବିଧାୟକ ମୋହନା ଅଞ୍ଚଳରେ ଗମନା ଗମନ ପାଇଁ ବସ ର ସୁବିଧା ସହ ରେଳ ଲାଇନ୍ କାର୍ଯ୍ୟ ନିମନ୍ତେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ବୈଠକରେ ଉପସ୍ଥିତ ରହି ପ୍ରତିନିଧି ଙ୍କ ସହ ଆଲୋଚନା କରି ସମସ୍ତ ଅଭିଯୋଗ ଗୁଡିକର ଲିପିବଦ୍ଧ କରି ସମସ୍ତ ଅଭିଯୋଗର ସମାଧାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ବିଦ୍ୟୁତ୍, ଖାଉଟି, ଆବାସ, ଦାଦନ ଶ୍ରମିକ ସମସ୍ୟା ପ୍ରତି ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ନିମନ୍ତେ ଅଧିକାରୀ ମାନଙ୍କୁ କହିଥିଲେ । ଆଗାମୀ ସମିତି ବୈଠକ ପୂର୍ବରୁ ଯେପରି ସମସ୍ତ ସମସ୍ୟା ଗୁଡ଼ିକ ସମାଧାନ ହୋଇଥିବ ବୋଲି ପ୍ରକାଶ କରିଛନ୍ତି । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ ବିଡିଓ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୁନ୍ତଳା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପୂର୍ବ ବୈଠକର ବିବରଣୀ ପଠନ କରି ଦୃଢ଼ି କରଣ ପ୍ରସ୍ତାବ ଗୁଡ଼ିକ କରିଥିବା ବେଳେ ବିଡିଓ ରାଜୀବ ଦାସ ସ୍ବାଗତ କରିବା ସହ ବ୍ଲକ ଦ୍ଵାରା ହେଉଥିବା କାର୍ଯ୍ୟ ଗୁଡ଼ିକ ର ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ବିଶେଷ କରି ପାନୀୟ ଜଳ ସମସ୍ୟା, ଦୁର୍ଗମ ଅଞ୍ଚଳ କୁ ଯିବା ଆସିବା ପାଇଁ ସଠିକ ରାସ୍ତା ନିର୍ମାଣ ନିମନ୍ତେ ଦାବୀ କରିଥିଲେ ସ୍ଥାନୀୟ ପ୍ରତିନିଧି ମାନେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଫୁଲବାଣୀରେ ସିଭିଲ ସର୍ଭିସ୍ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ ଆରମ୍ଭ by Proprietor Abhimanyu Maharana October 2, 2026 ଲାଇନ ପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କନ୍ଧମାଳରେ କ୍ରୀଡା ପ୍ରତିଭାର ମହାମିଳନ; ଜିଲ୍ଲାସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ୬୫୦ ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ by Proprietor Abhimanyu Maharana October 1, 2026 ଗୌରମଣି ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଭଜନ ସମାରୋହ by Proprietor Abhimanyu Maharana October 1, 2026 ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 1, 2026 ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026