ଓଡ଼ିଶା ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ – ଗୋପ

୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଗୋପ  :->  ଗୋପ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଗୋପ ବନବିଭାଗ ତରଫରୁ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଓଡ଼ିଶା ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଅଛି । ଏହି ଅବସରରେ ଉତ୍ସର୍ଗ ପରିବାର, ସବୁଜ ସଂକଳ୍ପ ସ୍ବେଛାସେବୀ ଓ ଗୋପ ନିମାପଡା ବନ୍ୟାଞ୍ଚଳ ର ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଗ୍ରାମ ଓ ବଜାର ରେ ପରିକ୍ରମା ପୂର୍ବକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଗୋପ ବନବିଭାଗ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଦେହୁରୀ,

ବନପାଳ ଅଧିକାରିଣୀ ଶ୍ରୀମତି ବିଜୟଲକ୍ଷ୍ମୀ ବଳ, ନିମାପଡା ବନପାଳ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ, ବନରଖି ଅଧିକାରିଣୀ ଶ୍ରୀମତି ପୁଷ୍ପାଞ୍ଜଳି ଦାଶ, ନିମାପଡା ବନରଖି ଅଧିକାରିଣୀ ଶ୍ରୀମତି ଗୀତାଞ୍ଜଳି ବେହେରା, ବିଶିଷ୍ଠ ସମାଜସେବୀ ପ୍ରକୃତି ବନ୍ଧୁ ପରିବେଶ ବିଦ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ, ଉତ୍ସର୍ଗ ପରିବାର ସଭାପତି ଶିକ୍ଷାବିତ୍ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଅଭିଭାଷଣ ରଖିଥିଲେ l

କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଉତ୍ସର୍ଗ ପରିବାର ର ସମ୍ପାଦକ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ସବୁଜ ସଂକଳ୍ପ ସଂଗଠନର ସଭାପତି ଶ୍ରୀଯୁକ୍ତ ରମେଶ ବେହେରା l ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବନବିଭାଗ କର୍ମଚାରୀ ଭାଗିରଥି ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଅକ୍ଷୟ କୁମାର ସାହୁ, ଜିତେନ୍ଦ୍ର ଜେନା, ଧଡ଼େଶ୍ଵର ଦାସ, ରୁଦ୍ରନାରାୟଣ ବେହେରା, ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ l

Exit mobile version