୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ସ୍ଥାନୀୟ ଗାୟତ୍ରୀ ମନ୍ଦିର କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଅନୁସୂଚିତ ଜନଜାତି ସାଧାରଣ ସମ୍ପାଦିକା କୁସୁମି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ବିଶେଷ ସଦସ୍ୟତା ଦିବସ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ନଗର ମହିଳା ମୋର୍ଚା ସଭାନେତ୍ରୀ ସେହ୍ନଲତା ବେହେରା ସଭାର ସଭାପତିତ୍ଵ କରିଥିଲେ ।

